‘ବିରେ ଦି ୱେଡିଙ୍ଗ’ ଫିଲ୍ମରେ ପୁଅ ତୈମୁର ଡେବ୍ୟୁ କରୁଥିବା ଘଟଣାରେ କରୀନାଙ୍କ ଖୁଲାସା

37

ବାପା ଓ ମା’ଙ୍କ ପରେ ଏବେ ପୁଅ ବଲିଉଡରେ ଡେବ୍ୟୁ କରିବେ । ଅତି ଛୋଟ ବେଳୁ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି କରୀନା ଓ ସୈଫ ପୁଅ ତୈମୁର । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି କି ? ଏମିତି ଏକ ଖବର ଏବେ ସାମ୍ନାକୁ ଆସିଛି । ପ୍ରକୃତ କଥା ହେଲା କିଛି ଦିନର ବ୍ରେକ ପରେ ପୁଣିଥରେ ରୂପେଲି ପରଦାକୁ ଫେରୁଛନ୍ତି କରୀନା । ଏବେ ‘ବିରେ ଦି ୱେଡିଙ୍ଗ’ର ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି ବେବୋ । ଏପରିକି ସୁଟିଂ ସେଟରେ ପ୍ରାୟ ସମୟ ତେମୁରଙ୍କ ସହ କରୀନାଙ୍କୁ ଦେଖିବାକୁ ମିଳୁଛି । ତେଣୁ କିଛି ଲୋକଙ୍କ କହିବା ଅନୁଯାୟୀ, ଏହି ଫିଲ୍ମରେ ତୈମୁର କୁନି କଳାକାର ଭାବେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ଏହି ଘଟଣା କରୀନାଙ୍କ କାନରେ ପଡିବା ମାତ୍ରେ ସେ ହିଁ ସତ କଣ ତାହା ସାମ୍ନାକୁ ଆସିଥିଲା । ଏହି ଫିଲ୍ମରେ ତୈମୁର ଅଭିନୟ କରୁନାହାନ୍ତି ବୋଲି ବେବୋ ସମସ୍ତଙ୍କର ମନରୁ ଭ୍ରମ ଦୂର କରିଥିଲେ ।

ଏହି ଫିଲ୍ମରେ ତୈମୁରଙ୍କ ଅଭିନୟ ନେଇ ଗୁଜବ ଉଠିବା ପରେ କରୀନା ଟ୍ୱିଟ୍ କରି ଭ୍ରମ ଦୂର କରିଥିଲେ । ତା ସହିତ ସେ କହିଥିଲେ, ଏହି ଫିଲ୍ମରେ ତୈମୁର ନୁହେଁ ବରଂ ତାଙ୍କ ମା’ ଅଭିନୟ କରୁଛନ୍ତି । ଏହି ଉତ୍ତର ହିଁ ଆଲୋଚକଙ୍କ ପାଇଁ ଯଥେଷ୍ଟ । ଏହା ସହ କରୀନା ତାଙ୍କ ଫ୍ୟାନଙ୍କୁ ମଜାଳିଆ ଢଙ୍ଗରେ କହିଥିଲେ କି, ଏହି ଫିଲ୍ମର ପ୍ରଯୋଜକ ‘ତୈମୁର ଓ ମୋ ଖର୍ଚ୍ଚ ଉଠାଇ ପାରିବେ ନାହିଁ । ତାଛଡା ତୈମୁରଙ୍କୁ ଫିଲ୍ମରେ ନେଲେ ପ୍ରଯୋଜକଙ୍କ ବଜେଟ କମ ପଡିବ । ତେଣୁ ଏହି ବଜେଟରେ ସେ ଏକା ହିଁ ଫିଲ୍ମ କରିପାରିବେ ।

ଏହି ଫିଲ୍ମର ପ୍ରଯୋଜନା ସୋନମ କପୁରଙ୍କ ଭଉଣୀ ରିୟା କରୁଛନ୍ତି । ଏହି ଫିଲ୍ମରେ ଶଶାଙ୍କ ଘୋଷ ନିର୍ଦ୍ଦେଶକ ଅଛନ୍ତି । ତା ଛଡା କରୀନାଙ୍କ ସହ ସୋନମ କପୁର ଓ ସ୍ୱରା ଭାସ୍କର ନଜର ଆସିବେ । ମା’ ହେବା ପରେ ଏହା କରୀନାଙ୍କର ପ୍ରଥମ ଫିଲ୍ମ । ତେଣୁ ଦୀର୍ଘ ଦିନ ପରେ ଫ୍ୟାନ ମାନେ ପୁଣିଥରେ ରୂପେଲି ପରଦାରେ କରୀନାଙ୍କୁ ଦେଖିବାକୁ ପାଇବେ । ଆଗାମୀ ବର୍ଷ ଏହି ଚଳଚ୍ଚିତ୍ର ରିଲିଜ ହେବ ବୋଲି ଜଣାପଡିଛି ।