କଳଙ୍କ ପରେ ଆଉ ଏକ ଫିଲ୍ମ ଆଣୁଛନ୍ତି କରନ ଜୋହର ! ସୋସିଆଲ ମିଡିଆରେ ସେୟାର କଲେ ଫିଲ୍ମର ନାମ ।

92

ବଲିଉଡର ସବୁଠାରୁ ଜଣାଶୁଣା ନିର୍ଦ୍ଦେଶକ କରନ ଜୋହାର ଦର୍ଶକମାନଙ୍କୁ ଭେଟି ଦେଉଛନ୍ତି ଆଉ ଏକ ପିରିଅଡ ଡ୍ରାମା ଫିଲ୍ମ । ଯାହାର ନାଁ ରହିଛି ତଖତ୍ । ସେ ନିଜେ ଏହି ଫିଲ୍ମ ବିଷୟରେ ସୋସିଆଲ ମିଡିଆରେ ଟ୍ୱିଟ କରି କହିଛନ୍ତି ।

ସୋସିଆଲ ମିଡିଆରେ କରନ ଫିଲ୍ମରେ ଆକ୍ଟିଙ୍ଗ କରୁଥିବା ପ୍ରମୁଖ କଳାକାରମାନଙ୍କ ନାଁ କହିବା ସହିତ ଫିଲ୍ମ ବିଷୟରେ ମଧ୍ୟ କହିଛନ୍ତି । କରନ ଜୋହରଙ୍କ ଏହି ଫିଲ୍ମର କାହାଣୀ ମୋଗଲ ଶାସନ ସମୟରେ ହୋଇଥିବା ପ୍ରେମ କାହାଣୀ ଉପରେ ନିର୍ମିତ ହେଉଛି । ନିର୍ଦ୍ଦେଶନା ଦାୟିତ୍ୱରେ ଖୋଦ୍ କରନ ଥିବାବେଳେ ଫିଲ୍ମ ତଖ୍ତ ଆସନ୍ତା ୨୦୨୦ ମସିହାରେ ରିଲିଜ ହେବ ।

ତଖତ୍ ଫିଲ୍ମରେ ରଣବୀର ସିଂ, କରୀନା କପୁର ଖାନ, ଆଲିଆ ଭଟ୍ଟ, ଅନିଲ କପୁର, ବିକ୍କୀ କୌଶଲ ଏବଂ ଭୂମି ପେଡନେକରଙ୍କୁ ମୂଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହା ଏକ ମଲ୍ଟିଷ୍ଟାର ଫିଲ୍ମ ଭାବେ ପରଦା ଉପରକୁ ଆସିବ । ଏହି ଫିଲ୍ମ ଧର୍ମା ପ୍ରଡକ୍ସନ ବ୍ୟାନରରେ ତିଆରି ହେଉଛି । କରନ ଜୋହରଙ୍କ ଏହି ଫିଲ୍ମ ଡ୍ରାମା ଉପରେ ଆଧାରିତ ।