ପଲିଟିକ୍ସକୁ ଆସିବେ ପରଦାର ସୁପରଷ୍ଟାର୍ ! ବିଜେପିରେ ଯୋଗ ଦେଇପାରନ୍ତି କମଲ୍ ହସନ୍

68

ପଲିଟିକ୍ସକୁ ଆସିବେ ପରଦାର ସୁପରଷ୍ଟାର୍ । ବିଜେପିରେ ଯୋଗ ଦେଇପାରନ୍ତି କମଲ୍ ହାସନ୍ । ପଦ୍ମ ଆଡକୁ ଢଳିବାର ସଙ୍କେତ ଦେଇଛନ୍ତି ସାଉଥର ଏହି ସୁପରଷ୍ଟାର୍ । ତେବେ କମଲ୍ ହସନଙ୍କ ରାଜନୀତି ପ୍ରବେଶକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା ।

kamal-hasan-in-pawan-kalyan-political-route_b_0603171232ନିକଟରେ ଏକ ସାକ୍ଷାତକାରରେ କମଲ୍ ହସନ୍ ବିଜେପିରେ ଯୋଗ ଦେବାର ସଙ୍କେତ ଦେଇଛନ୍ତି । ଯଦି ତାଙ୍କ ବିଚାରାଧାରର ବିରୁଦ୍ଧାଚରଣ ନ ହୁଏ ତେବେ ବିଜେପିରେ ଯୋଗ ଦେବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି କମଲ୍ ହସନ୍ । ଏହା ସହ ଲୋକଙ୍କ ହିତରେ କାମ କରିବାକୁ ହେଲେ ରାଜନୀତିରେ କେହି ଅଛୁଆଁ ନୁହଁନ୍ତି ବୋଲି କହିଛନ୍ତି ସାଉଥର ଏହି ସୁପରଷ୍ଟାର୍ । ତେବେ ତାଙ୍କୁ ଯଦି କୌଣସି ସାମ୍ବିଧାନିକ ପଦବୀ ପ୍ରଦାନ କରାଯାଏ ତେବେ ଅଭିନୟରୁ ସନ୍ୟାସ ନେବେ ବୋଲି କହିଛନ୍ତି ।

arvind-kejriwal-in-chennai_621094da-9ecd-11e7-a38e-8ee9fe2ac8e7ପୂର୍ବରୁ କମଲ୍ ହସନ୍ ନିଜର ନୂଆ ଦଳ ଗଠନ କରିବାର ଚର୍ଚ୍ଚା ହେଉଥିଲା । ହେଲେ କିଛି ଦିନ ତଳେ କମଲ୍ ହସନଙ୍କୁ ଭେଟିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ଦୁହିଁଙ୍କ ସାକ୍ଷାତକୁ ନେଇ ତାମିଲନାଡୁ ରାଜନୀତି ସରଗରମ ହୋଇଥିଲା । କମଲ୍ ହସନ୍ ଆମ୍ ଆଦମୀ ପାର୍ଟିରେ ଯୋଗ ଦେବାର ମଧ୍ୟ ଆଲୋଚନା ଜୋର ଧରିଥିଲା । ତେବେ କମଲ୍ ହସନ୍ ଓ କେଜ୍ରିୱାଲ୍ ମିଳିତ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଭ୍ରଷ୍ଟାଚାର ଓ ସାମ୍ପ୍ରଦାୟିକତା ବିରୁଦ୍ଧରେ ଲଢ଼େଇ ପାଇଁ ଉଭୟ ଏକାଠି ହୋଇଥିବା କହିଥିଲେ କମଲ୍ । ଆଉ ଏବେ ପ୍ରକାଶିତ ସାକ୍ଷାତକାରରେ କମଲ୍ ହସନ୍ ବିଜେପି ଆଡ଼କୁ ଢଳିବାର ଈଶାରା ଦେବା ଆଲୋଚନା ସୃଷ୍ଟି କରିଛି ।