ଆଳୁରେ ରହିଛି ଅନେକ ରୋଗର ଔଷଧ ! ଜାଣନ୍ତୁ କିପରି କରିବେ ବ୍ୟବହାର

91

ziemniakiଆଳୁ ଏକ ଏମିତି ପରିବା ଯାହାର ବ୍ୟବହାର ପ୍ରାୟ ସବୁ ଘରେ ହୋଇଥାଏ । ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଦେଖିବାକୁ ମିଳେ ଆଳୁ । କିନ୍ତୁ ଅନେକଙ୍କ ବିଶ୍ୱାସ ଆଳୁ ଖାଇଲେ ମୋଟାପଣ ବଢିଥାଏ । କାରଣ ଆଳୁରେ ଶର୍କରା ଅଧିକ ଥାଏ । ହେଲେ ଆଳୁରେ ମଧ୍ୟ ଲୁଚି ରହିଛି ଅନେକ ରୋଗର ଔଷଧ । ଏବେ ନଜର ପକାନ୍ତୁ ଆଳୁର ଔଷଧୀୟ ଗୁଣ ଏବଂ ଏହାର ବ୍ୟବହାର ଉପରେ ।

ଓଜନ କମାଇଥାଏ ଆଳୁ :
ଆଳୁ ରସ ଓଜନ କମାଇବାରେ ସାହାଯ୍ୟ କରିଥାଏ । ତେଣୁ ପ୍ରତିଦିନ ସକାଳ ଖାଦ୍ୟ ଖାଇବା ପୂର୍ବରୁ ଆଳୁ ରସ ବା ଜୁସ୍ ସେବନ କରନ୍ତୁ । ବଢୁଥିବା ଓଜନକୁ କମାଇବାରେ ଏହା ସାହାଯ୍ୟ କରେ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି ।

ଆଣ୍ଠୁ ଗଣ୍ଠି ପୀଡାରୁ ମୁକ୍ତି :
Potato-Juiceଆଳୁ ରସ ଖାଇଲେ ଆଣ୍ଠୁ ଗଣ୍ଠି ପୀଡାରୁ ମୁକ୍ତି ମିଳିଥାଏ । ଆଳୁ ଜୁସ୍ ସେବନ ଶରୀରରେ ଥିବା ୟୁରିକ୍ ଏସିଡ୍ କେବଳ ବାହାରକୁ ବାହାରିନଥାଏ ବରଂ ଗଣ୍ଠିରେ ହେଉଥିବା ପୀଡା ମଧ୍ୟ କମିଥାଏ ।

ଏସିଡିଟିରୁ ମିଳେ ଆରାମ :
ଯେଉଁ ମାନଙ୍କୁ ଏସିଡିଟିର ସମସ୍ୟା ଥାଏ ସେମାନେ ଆଳୁ ରସ ସେବନ କରି ଶୀଘ୍ର ଏଥିରୁ ମୁକ୍ତି ପାଇ ପାରିବେ । ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଅଧାକପ୍ ଆଳୁ ରସ ପିଅନ୍ତୁ ।

ପେଟ ପୋଡିବା :
ଅନେକ ଲୋକ ପେଟ ପୋଡିବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ପ୍ରତିଦିନ ଆଳୁ ରସ ବା ଜୁସ୍ ପିଅନ୍ତୁ । ଏପରି ନିୟମିତ କଲେ ଶୀଘ୍ର ଏଥିରୁ ଆରାମ ମିଳିବ ।