ଛିଣ୍ଡା ଶାଢ଼ୀ ଓ ପଲିଥିନ ତଳେ କଟୁଛି  ଜୀବନ ! ଇନ୍ଦିରା ଆବାସ ଟଙ୍କା ନେଇଗଲା ଜିଆରଏସ୍, ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ?

84
କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣା ଠାରୁ ମାତ୍ର ୫ କମି ଦୁରରେ ରହିଛି ମେଦିନିପୁର ଗ୍ରାମ ପଂଚାୟତ । ଏହି ପଂଚାୟତର ୧୦ ଜଣ ହିତାଧିକାରୀଙ୍କ ନାଁରେ ଇନ୍ଦିରା ଆବାସ ଗୃହ ଆସିଥିଲା । ଯେଉଁ ଟଙ୍କାକୁ ଜିଆରଏସ୍ ହଡପ କରି ଧରାଛୁଅଁ ଦେଉନଥିବା ଅଭିଯୋଗ ହୋଇଛି ।
ମେଦିନପୁର ଗାଁର ସାଧୟ ଶବର ଏବଂ ଗୋପାଳ ପଟେଲ ହେଉଛନ୍ତି ଅତ୍ୟନ୍ତ ଗରିବ ଶ୍ରେଣୀର । ଅତି ଦୁଖ କଷ୍ଟରେ ଛିଣ୍ଡା ଶାଢ଼ୀ ଓ ପଲିଥିନ ତଳେ କଟୁଛି ଏମାନଙ୍କ ଜୀବନ । ବର୍ଷେ ତଳେ ଏମାନଙ୍କୁ ଇନ୍ଦିରା ଆବାସ ଘର ପାଇଁ ନିର୍ଦେଶାନାମା ମିଳିଥିଲା । ହେଲେ ତାଙ୍କ ଟଙ୍କାକୁ ଗ୍ରାମ ରୋଜଗାର ସେବକ ଦେବେନ୍ଦ୍ର ସାହୁ ହଡପ କରିଥିବା ଏମାନେ ଅଭିଯୋଗ କରିଛନ୍ତି । ଦେବେନ୍ଦ୍ର ଘର କରେଇ ଦେବ କହି ଏହି ନିରୀହ ମଣିଷଙ୍କ ଠାରୁ ଟଙ୍କା ନେବା ପରେ ଧରା ଛୁଆଁ ଦେଉନାହିଁ । ଗୋପାଳ ଏନେଇ ବ୍ଲକ କର୍ତ୍ତୃପକ୍ଷଙ୍କ ଅବଗତ କରାଇ ନିରାସ ହେବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ହେଲେ ପ୍ରଶ୍ନ ଉଠୁଛି ଅଭିଯୋଗର ବର୍ଷେ ପରେ ବି କାହିଁକି ହୋଇନି କାର୍ଯ୍ୟାନୁଷ୍ଠାନ? ଆଉ କୁଆଡେ ଗଲେ ସଂପୃକ୍ତ ଜିଆରଏସ୍? ସରକାର ଦୁର୍ନୀତି ମୁକ୍ତ ଶାସନ ନେଇ ଚିନ୍ତା କରୁଥିବା ବେଳେ କିଛି ବିଭାଗୀୟ ଅଧିରାରୀଙ୍କ ଲାଭଖୋର ମନବୃତି ସରକାରଙ୍କ ଯୋଜନ ଉପରେ ପ୍ରଶ୍ନ ଠିଆ କରୁଛି ।