ଦୀପାବଳୀ ମିଠେଇ : ଦୀପାବଳୀ ଅବସରରେ ଘରେ ପ୍ରସ୍ତୁତ କରନ୍ତୁ ସୁସ୍ୱାଦୁ କାଜୁ ବରଫି ।
ଆଲୋକର ପର୍ବ ଦୀପାବଳୀରେ ବାଣ ଫୁଟାଇବା ଏବଂ ପୁଜାରେ ଯୋଗ ଦେବା ଯେତିକି ଆନନ୍ଦଦାୟକ । ଠିକ୍ ସେହିଭଳି ଦୀପାବଳୀ ଅବସରରେ ଭଳି ଭଳିକା ମିଠେଇ ଚାଖିବାର ଆନନ୍ଦ ନେବା ମଧ୍ୟ ନିଆରା । ତେବେ ଆସନ୍ତୁ ଦୀପାବଳୀ ଅବସରରେ ବାଣ ଫୁଟାଇବା ସହ ଖାଆନ୍ତୁ ଏବଂ ଖୁଆନ୍ତୁ ସୁଆଦିଆ ମିଠେଇ । ଜାଣନ୍ତୁ ଏହାର ବିଧି ।
Kanak News is now on WhatsApp
Join and get latest news updates delivered to you via WhatsApp
କାଜୁ କତଲି :
• କାଜୁ – ୩୦୦ ଗ୍ରାମ୍ (୧ ଘଣ୍ଟା ପାଣିରେ ଭିଜେଇ ରଖନ୍ତୁ)
• ଚିନି – ୧୫୦ ଗ୍ରାମ୍ (ଗୁଣ୍ଡ)
• ଦେଶୀ ଘିଅ – ୩ ବଡ ଚାମଚ
• ଅଳେଇଚ ପାଉଡର – ୧/୨ ଚାମଚ ।
ପ୍ରସ୍ତୁତି ବିଧି :
ପାଣିରେ ଭିଜେଇ ଥିବା କାଜୁକୁ ଭଲ ଭାବରେ ପେଶି ନିଅନ୍ତୁ । ଏହାପରେ କାଜୁରେ ଚିନି ପକାଇ କମ୍ ଆଞ୍ଚରେ ଭାଜନ୍ତୁ । କାଜୁ ଜମିବା ପରେ ଗ୍ୟାସ୍ ବନ୍ଦ କରି ଥଣ୍ଡା ହେବାକୁ ଛାଡି ଦିଅନ୍ତୁ । ଏବେ ଏଥିରେ ଅଳେଇଚ ପାଉଡର ମିଶାଇ ଗୋଳାନ୍ତୁ । ଏବେ ଦୁଇ ପଲିଥିନ୍ ସାହାର୍ଯ୍ୟରେ ବଡ ଟୁକଡା ନିଅନ୍ତୁ ଏବଂ ଏଥିରେ ଘିଅ ଲଗାନ୍ତୁ । ଏବେ ଦୁଇ ପଲିଥିନରେ ଘିଅ ଲଗାଇ ପେଶନ୍ତୁ ଏବଂ ବେଲଣା ମାଧ୍ୟମରେ ଏହାକୁ ପତଳା ବେଲନ୍ତୁ । ଏହାପରେ ଉପର ପଲିଥନକୁ ବାହାର କରି ଜମା ହୋଇଥିବା ମିଶ୍ରଣକୁ ନିଜ ମନମୁତାବକ ସେପରେ କାଟନ୍ତୁ । ହୋଇଗଲା ଆପଣଙ୍କ ସୁସ୍ୱାଦୁ କାଜୁ କତଲି ବା କାଜୁ ବରଫି । ଏହି ମିଠେଇକୁ ଆପଣ ୧୦ ରୁ ୧୨ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖି ଖାଇପାରିବେ ।