ହାତୀ ମୃତ୍ୟୁ କାରଣ ଖୋଜା ଭିତରେ ବାଉନ୍ସର ମାରିଲେ ଧର୍ମେନ୍ଦ୍ର । କେମେତି ସାମ୍ନା କରିବେ ସରକାର?

68

କନକ ବ୍ୟୁରୋ: ହାତୀ ମୃତ୍ୟୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସରକାରର ଗୋଟିଏ ହାତ କଣ କରୁଛି ଆଉ ଗୋଟେ ହାତ ଜାଣୁନି । ଜଙ୍ଗଲ ବିଭାଗ ଆ ବିଜୁଳି ବିଭାଗ ଅଧିନରେ ସେଶୁ ଉଭୟଙ୍କ ମଧରେ ସାମାନ୍ୟତମ ଯୋଗସୂତ୍ର ନରହିବା ଓଡିଶାର ଅମୂଲ୍ୟ ସଂପଦକୁ ନଷ୍ଟ କରୁଥିବା ଧର୍ମେନ୍ଦ୍ର କହିଛନ୍ତି । ବିଦ୍ୟୁତ ଆଘାତରେ ପଶୁ ମୃତ୍ୟୁ ଓଡିଶାରେ ବହୁ ପୂର୍ବରୁ ବହୁ ଚର୍ଚ୍ଚିିତ ପ୍ରସଙ୍ଗ ହୋଇଥିଲେ ମଧ୍ୟ ପୁଣୀ ହାତୀ ମୃତ୍ୟୁ ଦୁଃଖ ଓ ପରିତାପର ବିଷୟ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।

ହାତୀ ମୃତ୍ୟୁକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କି, ଦୁଃଖ ଓ ପରିତାପର ବିଷୟ ସରକାରର ଗୋଟିଏ ହାତ କଣ କରୁଛି ଆଉ ଗୋଟେ ହାତ ଜାଣିପାରୁନି । ଜଙ୍ଗଲ ବିଭାଗ ଆଉ ବିଜୁଳି ବିଭାଗ ଅଧିନରେ ସେଶୁ ଉଭୟଙ୍କ ମଧ୍ୟରେ ସାମାନ୍ୟତମ ଯୋଗ ସୂତ୍ର ନ ରହିବା ଓଡିଆର ଅମୁଲ୍ୟ ସମ୍ପଦକୁ ନଷ୍ଟ କରୁଛି ବୋଲି ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି କହିଛନ୍ତି ।


ସେ ଆହୁରୀ ମଧ୍ୟ କହିଛନ୍ତି କି, ବିଦ୍ୟୁତ ଆଘାତରେ ପଶୁ ମୃତ୍ୟୁ ଓଡିଶାରେ ବହୁ ପୂର୍ବରୁ ବହୁ ଚର୍ଚ୍ଚିତ ପ୍ରସଙ୍ଗ ହୋଇଥିଲେ ମଧ୍ୟ, ପୁଣି ହାତୀ ମୃତ୍ୟୁ ଦୁଃଖ ଓ ପରିତାପର ବିଷୟ । ତେବେ ବ୍ୟବସ୍ଥା ଚଳାଉଥିବା ଲୋକମାନେ ଏହାକୁ ଗୁରୁତର ସହ ନେଇ, ଯେପରି ଓଡିଶାର ଯେ ସମ୍ବଦ ତାକୁ ବଂଚାଇବା ପାଇଁ ଚେଷ୍ଟା କରିବେ ବୋଲି ମୋର ଆଶା ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।


ଉଲ୍ଲେଖ ଥାଉ କି, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସାତଟି ହାତୀଙ୍କ ଜୀବନ ଯିବା ଘଟଣାକୁ ଗୁରୁତର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବଂ ଏହି ଘଟଣାରେ କ୍ରାଇମବ୍ରାଂଚ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ଢେଙ୍କାନାଳ କମଳାଙ୍ଗଠାରେ ଗତକାଲି ଇଲେଭେନ କେଭି ତାର ସଂସ୍ପର୍ଶରେ ଆସି ୭ଟି ହାତୀର ମୃତ୍ୟୁ ଘଟିଥିଲା । ପରେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଭୟ ଶକ୍ତି ଏବଂ ଜଙ୍ଗଲ ବିଭାଗ ୬ ଜଣଙ୍କୁ ସସପେଣ୍ଡ କରିଥିବା ବେଳେ ଜଣଙ୍କୁ ବହିଷ୍କାର କରିଛନ୍ତି । ଚାକିରିରୁ ବହିଷ୍କୃତ ହୋଇଥିବା ଅଧିକାରୀ ହେଲେ ମେରାମଣ୍ଡଳୀ ଜେଇ ସଂଜୟ ସ୍ୱାଇଁ । ସେହିପରି ସେସୁର ସୁପରିଟେଣ୍ଡେଂଟ୍ ଇଂଜିନିୟର ନରେଶ ଚନ୍ଦ୍ର ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ଆର୍ତତ୍ରାଣ ନାୟକ, ମେରାମଣ୍ଡଳୀ ଲାଇନମ୍ୟାନ୍ ଫିରୋଜ ପଣ୍ଡା, ସଦର ରେଂଜର ପ୍ରସନ୍ନ କୁମାର ବିଶ୍ୱାଳ, ମେରାମଣ୍ଡଳୀ ସେସନ ଫରେଷ୍ଟର ପ୍ରଭାକର ରଣା, ଫରେଷ୍ଟଗାର୍ଡ ଗିରିଶ ଚନ୍ଦ୍ରଙ୍କୁ ନିଲମ୍ବନ କରାଯାଇଛି । ଘଟଣା ପାଇଁ ଜଙ୍ଗଲ ମନ୍ତ୍ରୀ ସେସୁକୁ ଦାୟୀ କରିଛନ୍ତି ।