ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି । ଆଜି ଶପଥ ନେବେ ଜଷ୍ଟିସ ରଂଜନ ଗୋଗୋଇ । ବକେୟା ମାମଲାର ତ୍ୱରିତ ଶୁଣାଣି ଉପରେ ରହିବ ଫୋକସ

34

କନକ ବ୍ୟୁରୋ: ଆଜି ଶପଥ ନେବେ ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି । ଜଷ୍ଟିସ ଦୀପକ ମିଶ୍ର ଅବସର ନେଇ ସାରିଥିବା ବେଳେ ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ରଂଜନ ଗୋଗୋଇ । ଭାରତର ୪୬ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ ଗୋଗୋଇ । ପ୍ରଥମ ଥର ପାଇଁ ଦେଶର ପୂର୍ବାଂଚଳରୁ ରଂଜନ ଗୋଗୋଇ ଭାରତର ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କ କାର୍ଯ୍ୟକାଳ ୨୦୧୯ ମସିହା ନଭେମ୍ବର ୧୭ ତାରିଖରେ ଶେଷ ହେବ । ତେବେ ପ୍ରଥମ ଥର ପାଇଁ କୌଣସି ନେତାଙ୍କ ପୁଅ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି । ରଂଜନ ଗୋଗୋଇ ହେଉଛନ୍ତି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶବ ଚନ୍ଦ୍ର ଗୋଗୋଇଙ୍କ ପୁଅ ।

ସୁପ୍ରିମ୍ କୋର୍ଟ ପ୍ରଧାନ ବିଚାରପତି ଅବସର ନେଇଛନ୍ତି ଦୀପକ ମିଶ୍ର । ତାଙ୍କ ସ୍ଥାନରେ ସୁପ୍ରିମ୍ କୋର୍ଟ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗଇ ଆଜି ଦେଶର ୪୬ତମ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କରିବେ। ୨୦୧୯ ନଭେମ୍ବର ୧୭ରେ ଜଷ୍ଟିସ୍ ଗୋଗଇ ଅବସର ଗ୍ରହଣ କରିବେ। ଜଷ୍ଟିସ୍ ମିଶ୍ର ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାରେ ରାୟ ପ୍ରଦାନ କରିଥିବା ବେଳେ ଆହୁରି ଅନେକ ମହତ୍ତ୍ବପୂର୍ଣ୍ଣ ମାମଲାର ରାୟ ବାକି ରହିଛି। ଜଷ୍ଟିସ୍ ଗୋଗଇଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଏହି ମାମଲାଗୁଡ଼ିକର ବିଚାର କରି ରାୟ ପ୍ରକାଶ କରିବେ। ଯଦିଓ ସୁପ୍ରିମ୍ କୋର୍ଟ ବିଚାରପତି ଭାବେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲାରେ ରାୟ ଦେଇଛନ୍ତି, ଆଗକୁ କିଭଳି ମାମଲାର ପରିଚାଳନା କରାଯିବ ତାହା ତାଙ୍କ ଉପରେ ନିର୍ଭର କରୁଛି। ତାଙ୍କ ପାଇଁ ଆଗକୁ ଅନେକ ଆହ୍ବାନ ରହିଛି।

ଅଳ୍ପରେ ଜଷ୍ଟିସ୍ ଗୋଗଇ

ଜନ୍ମ: ୧୯୫୪ ନଭେମ୍ବର ୧୮, ଦିବ୍ରୁଗଡ଼, ଆସାମ

କ୍ୟାରିୟର: ୧୯୭୮ରେ ଗୌହାଟୀ ହାଇକୋର୍ଟରୁ ଓକିଲାତି ଆରମ୍ଭ କରିଥିଲେ। ୨୦୦୧ରେ ଗୌହାଟୀ ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହେଲେ। ୨୦୧୦ ସେପ୍ଟେମ୍ବର ୯ରେ ପଂଜାବ ଓ ହରିୟାଣା ହାଇକୋର୍ଟକୁ ବଦଳି ହୋଇଥିେଲ। ୨୦୧୧ ଫେବ୍ରୁଆରି ୧୨ରେ ପଂଜାବ ଓ ହରିୟାଣା ହାଇାକୋର୍ଟର ମୁଖ୍ୟ ବିଚାରପତି ହେଲେ। ଏହି ପଦରେ ପାଖାପାଖି ୧ ବର୍ଷ ପାଇଁ ରହିଲେ। ୨୦୧୨ ଏପ୍ରିଲ୍ ୧୩ରେ ଜଷ୍ଟିସ୍ ଗୋଗଇ ସୁପ୍ରିମ୍ କୋର୍ଟ ବିଚାରପତି ଭାବେ ନିଯୁକ୍ତ ହେଲେ।