ଛାତ୍ର ସାଜୁଛନ୍ତି ଡ଼କାୟତ ! ଟଙ୍କା ରୋଜଗାରର ସହଜ ଉପାୟ-ଲୁଟ୍

ଅଡୁଆରେ ଜୟପୁର ପୁଲିସ

286

କନକ ବ୍ୟୁରୋ: ପାଠପଢା ଛାଡି ଚୋରି, ଡକାୟତି କରୁଛନ୍ତି ଛାତ୍ର । ଯେଉଁଠି ମନ ଭିତରେ କିଛି ବନିବାର ଇଚ୍ଛା ବା ଆକାଂକ୍ଷା ରହିବା ଦରକାର ସେଇଠି ଚୋରି, ଡକାୟତି ଭଳି କୁଚ୍ଛିତ କାମରେ ଲିପ୍ତ ରହୁଛନ୍ତି ପାଠପଢୁଆ ଯୁବକମାନେ । ଏଭଳି କିଛି ସାଘାଂତିକ ମାମଲା ସାମ୍ନାକୁ ଆସିଛି ଜୟପୁରରେ । ଯାହାକି ଏବେ ପୁଲିସକୁ ଅଡୁଆରେ ପକାଇଦେଇଛି ।

ଡ଼କାୟତ ଧରିବା ହେଉ କି କୋର୍ଟ ପରିସରରୁ କଏଦୀ ଚମ୍ପଟ ମାରିବା ଘଟଣା, ଏହି ଛବି ଜୟପୁର ପୁଲିସକୁ ଚର୍ଚ୍ଚା ପରିସରକୁ ଆଣିଛି । ଏହାରି ଭିତରେ ଜୟପୁରରେ ଲୁଟେରାଙ୍କ ଆତଙ୍କ ପୁଲିସର ନିଦ ହଜେଇ ଦେଇଛି । ସବୁଠାରୁ ବଡ ସମସ୍ୟା ଲୁଟେରା ଗ୍ୟାଙ୍ଗରେ ଛାତ୍ରଙ୍କ ସଂପୃକ୍ତି । ଗତ ୧ ମାସରେ ଜୟପୁର ପୁଲିସ ୩୦ରୁ ଅଧିକ ଡ଼କାୟତ ଓ ଲୁଟେରାଙ୍କୁ କାବୁ କରିଛି । ସେମାନଙ୍କ ମଧ୍ୟରେ ଅଧିକାଂଶ ୨୦ରୁ ୨୫ ବର୍ଷୀୟ ପାଠୁଆ ଯୁବକ ଅଛନ୍ତି । ଯାହାକି ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । କିଭଳି ଯୁବ ପିଢିଙ୍କୁ ଏହି ବିପଥଗାମୀ ରାସ୍ତାରୁ ଫେରାଇ ଅଣାଯିବ ସେଥିପାଇଁ ଯୋଜନା କରାଯାଉଛି ।

ଗତ ୧ ତାରିଖ ଦିନ ଭାରତ ଫାଇନାସନର କର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ ସହ ଲୁଟ ଘଟଣାରେ ଛାନ୍ଭିନ୍ କରୁଛି ପୁଲିସ । ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରି ତଦନ୍ତ କରୁଛି ପୁଲିସ । ଏଥିରେ ବି ଛାତ୍ରମାନେ ସାମିଲ ଥିବା ତଦନ୍ତରୁ ଜଣାପଡ଼ିଛି । ଗିରଫ ଅଭିଯୁକ୍ତ ମଧ୍ୟରେ ୪ ଜଣ ଛାତ୍ର ଅଛନ୍ତି, ୨ ଜଣ ଆଇଟିଆଇ ଛାତ୍ର, ଜଣେ ଯୁକ୍ତ ୨ରେ ପାଠ ପଢୁଥିବା ବେଳେ ଜଣେ ଡିପ୍ଲୋମା ପାଠ ଶେଷ କରିଛନ୍ତି । ସହଜରେ ଅର୍ଥ ରୋଜଗାର କରି ମଉଜ କରିବା ପାଇଁ ଯୁବ ପୀଢି ଲୁଟ୍ ଭଳି ଅପରାଧକୁ ଆପଣାଉଛନ୍ତି । ଛାତ୍ରଛାତ୍ରୀଙ୍କୁ ଏହି ଦିଗରେ ସାମିଲ କରୁଥିବା ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଏକ ତାଲିକା ପ୍ରସ୍ତୁତ କରିଛି ।

ଆଗରେ ଅସାଧୁ ଭଲ ପରିବେଶ ନଥିବା ଅଭାବି ବ୍ୟକ୍ତି ଚୋରୀ କାମରେ ଲିପ୍ତ ହେଉଥିଲେ ବର୍ତମାନ ଭଲ ପରିବେଶରେ ରହୁଥିବା ଯୁବ ପିଢୀ ଚୋରି, ଲୁଟରେ ସାମିଲ ହେବା ନିହାତି ରୁପେ ଆଧୁନିକତାରେ ନିଜକୁ ସଜାଇବା ସହ ନିଜ ପସନ୍ଦର ଆପଣାଇବା ପାଇଁ ଅର୍ଥ ନ ମିଳିବାରୁ ଏହି ଦିଗକୁ ବାଛୁଛନ୍ତି, ମୁଖ୍ୟତ ଝିଅଙ୍କୁ ପ୍ରେମ କରିବା ଓ ଷ୍ଟାଇଲିସ୍ ବାଇକ କିଣିବା ପରିବାର ପକ୍ଷେ ସମ୍ଭବ ପର ହେଉ ନଥିବା ଯୋଗୁଁ ଏଭଳି କାମ କରିବା ପାଇଁ ଆଗକୁ ଆସନ୍ତି ଅଧିକାଂଶ ଯୁବ ଛାତ୍ର । ଅଭାବି ସାଙ୍ଗକୁ ଅପାଠୁଆ ଓ ଭଲ ପରିବେଶ ନଥିବା ବ୍ୟକ୍ତି ଚୋର ଓ ଲୁଟେରା ହେବା ଦେଖିବାକୁ ମିଳୁଥିଲା କିନ୍ତୁ ଛାତ୍ରମାନେ ଏଥିରେ ସାମିଲ ହେବା ନିହାତି ରୁପେ ଆଜିର ଉଭୟ ସମାଜ ଓ ପରିବାର ପାଇଁ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରୁଛି ।