ନୂଆ ଅବତାରରେ ପରଦାକୁ ଫେରୁଛନ୍ତି ହାସ୍ୟ ଅଭିନେତା ପପୁ ପମ୍ ପମ୍ : ଅସୁସ୍ଥତା କାରଣରୁ ଫିଲ୍ମ ଜଗତରୁ ଯାଇଥିଲେ ଦୂରେଇ
ଆସନ୍ତା ୫ ତାରିଖରେ ଏହି ଚଳଚ୍ଚିତ୍ରର ମହୁରତ ଅନୁଷ୍ଠିତ ହେବ
ହାସ୍ୟ ଅଭିନେତା ତତ୍ୱ ପ୍ରକାଶ ଶତପଥୀ (ପପୁ ପମ୍ ପମ୍) ନୂଆ ଅବତାରରେ ଓଲିଉଡକୁ ଫେରିବାକୁ ପ୍ରସ୍ତୁତ । ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମ୍ପମ୍ ପୁଣି ଏକ ନୂଆ ରୂପରେ । ଅସୁସ୍ଥତା କାରଣରୁ କିଛି ଦିନ ଧରି ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ ପପୁ, ମାତ୍ର ସେ ସୁସ୍ଥ ହୋଇ ପୁଣି ଫିଲ୍ମ ଜଗତକୁ ଫେରୁଥିବାର ଦେଖିବାକୁ ମିଳୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସଂଗୀତ ନିର୍ଦ୍ଦେଶନାରୁ କଳାକାର ଜୀବନ ଆରମ୍ଭ କରିଥିବା ପପୁ ଏବେ ପୁଣିଥରେ ଅକ୍ଷୟ ପରିଜାଙ୍କ ପ୍ରଯୋଜନାରେ ନିର୍ମିତ ହେଉଥିବା ଚଳଚ୍ଚିତ୍ର ‘ଚିରକୁଟ୍’ରେ ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱ ନେଉଥିବା ଜଣାପଡ଼ିଛି । ନବାଗତ ଏବଂ ଅଭିଜ୍ଞ କଳାକାରମାନଙ୍କୁ ନେଇ ପ୍ରସ୍ତୁତ ହେଉଥିବା ଏହି ଚଳଚ୍ଚିତ୍ରରେ ପପୁ ଚିତ୍ରନାଟ୍ୟ, ସଂଗୀତ ଓ ନିର୍ଦ୍ଦେଶନା ଦାୟିତ୍ୱରେ ରହିବେ ବୋଲି ଜଣାପଡ଼ିଛି । ଫିଲ୍ମରେ ଗୀତ ଲେଖିଛନ୍ତି ଦୀପକ ଜେନା ଓ ସ୍ମୃତି । ଆସନ୍ତା ୫ ତାରିଖରେ ଏହି ଚଳଚ୍ଚିତ୍ରର ମହୁରତ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଏଥିରେ ପପୁ ଓ ତାଙ୍କ ସହଯୋଗୀମାନେ ଯୋଗଦେବେ । ବହୁତ ଦିନ ପରେ ସେ ପରଦାକୁ ଫେରୁଥିବାରୁ ତାଙ୍କ ଫ୍ୟାନ୍ ତାଙ୍କ ଉପସ୍ଥିତିକୁ ଅନେଇ ବସିଛନ୍ତି ।