ସାଥୀ ଯଦି ଉପେକ୍ଷା କରୁଛନ୍ତି କ’ଣ କରିବେ ଆପଣ ? ଜାଣନ୍ତୁ କିଛି ଟିପ୍ସ

139

4ଦୈନିକ ଜୀବନରେ ସଂପର୍କରେ କିଛି ନା କିଛି ଖଟା ମିଠା ଥାଏ । ହସ କାନ୍ଦରେ ସଂପର୍କ ବେଳେବେଳେ ହୋଇଥାଏ ପାଣିଚିଆ । ଏମିତି ସମୟ ଆସେ ଲାଗେ କି ନିଜର ପ୍ରିୟ ସାଥୀ ଉପେକ୍ଷା କରୁଥିବାର ଅନୁଭବ ହୁଏ । ଆପଣଙ୍କ କଥାକୁ ନଶୁଣିଲା ଭଳି ହୁଅନ୍ତି । ପୂର୍ବପରି ଆଉ ଗୁରୁତ୍ୱ ଦିଅନ୍ତି ନାହିଁ । ବହୁତ କମ୍ କଥା ହୁଅନ୍ତି । ସେତେବେଳେ ଜଣାପଡେ ଦୁଇଜଣଙ୍କ ଭିତରେ ସଂପର୍କରେ ଫାଟ ହୋଇଯାଇଛି । କିନ୍ତୁ ଏତିକି ବେଳେ ଜରୁରୀ ଅଟେ ସଂପର୍କକୁ ପୁଣି ମଜବୁତ ଉଚିତ ଉପାୟରେ ସାଥୀକୁ ଆୟତ୍ତ କରିବା । ଏମିତି କିଛି ଟିପ୍ସ ଅଛି ଆପଣ ଚାହିଁଲେ ଆପଣେଇପାରିବେ ।

5ସାଥୀଙ୍କ ସହ କଥା ହେବାକୁ ଚେଷ୍ଟା କରନ୍ତୁ –

କଥାବାର୍ତ୍ତା ନହୋଇ ଚୁପ୍ ରହିଲେ , ସଂପର୍କରେ ଭାଗବାଂଟ ଆରମ୍ଭ ହୋଇଯାଏ । ସଂପର୍କରେ ଦୂରତା ସୃଷ୍ଟି ହେବାରେ ଲାଗେ । ଯଦି ସାଥୀ କଥାବାର୍ତ୍ତା କମ କରିଦେଇଛନ୍ତି , । ଏଥିରେ ବିଚଳିତ ନହୋଇ ସ୍ନେହର ସହ କଥା ହୁଅନ୍ତୁ । ତାଙ୍କ ମନରେ ବିଶ୍ୱାସ ଜନ୍ମାନ୍ତୁ ।

ସାଥୀଙ୍କ ଉପେକ୍ଷାର କାରଣକୁ ଜାଣ –

ଯଦି ଆପଣଙ୍କ ପ୍ରିୟ ସାଥୀ ଉପେକ୍ଷା କରିଛନ୍ତି ଆପଣଙ୍କୁ ,ତାର କାରଣ ଖୋଜ । ଭୁଲ୍ କେଉଁଠି ରହିଯାଇଛି ଜାଣ । କିଛି ବି କାରଣ ଥାଇପାରେ । କିନ୍ତୁ ଏଥିରେ କିଏ କାହାଜୁ ଦୋଷାରୋପ କରନ୍ତୁ ନାହିଁ ।

ସାଥୀଙ୍କ ସବୁ କଥାରେ ମୁଣ୍ଡ ପୁରାଅ ନାହିଁ –

ଆପଣ ଯଦି ସ୍ୱାମୀ-ସ୍ତ୍ରୀ ତ ଦୁଇଜଣଙ୍କ ଭିତରେ ସବୁ ଛୋଟ ବଡ କଥା ସେୟାର କଲେ ଭଲ । ଆପଣଙ୍କ ସାଥୀ ସହ ଜୋରଜବରଦସ୍ତି କରନାହିଁ । ପରସ୍ପରକୁ ବେଳେବେଳେ ସ୍ୱାଧୀନତା ଦିଅନ୍ତୁ ।

ହଠାତ କୈାଣସି ନିଷ୍ପତି ନିଅନାହିଁ –

ପରିସ୍ଥିତିକୁ ବୁଝ । ସଂପର୍କରେ ଉଠାଣି ଗଡାଣି ଅଛି । ଏଣୁ ତରତରରେ କୈାଣସି ପଦକ୍ଷେପ ନିଅ ନାହିଁ । ନିଜ ସାଥୀକୁ ବୁଝ ଓ ନିଜ ସପକ୍ଷରେ ତାଙ୍କ ମନରେ ବିଶ୍ୱାସ ଜନ୍ମାଅ ।