ଜୟପୁରରେ ଅପରାଧୀଙ୍କୁ ଗିରଫ ବେଳେ ପୁଲିସକୁ ଆକ୍ରମଣ ! ଏଏସଆଇ ଶିବଶଙ୍କର ସାହୁ ଆହତ

35

କନକ ବ୍ୟୁରୋ : ଅପରାଧୀଙ୍କୁ ଗିରଫ ବେଳେ ଏଏସଆଇଙ୍କୁ ଆକ୍ରମଣ । ଏପରି ଖବର ଆସିଛି ଜୟପୁର ସହରରୁ । ଗତକାଲି ବିଳମ୍ବିତ ରାତିରେ ଟାଉନ ଥାନା ଏଏସଆଇ ଜିତ ମଜୁରିଆ ନାମକ ଜଣେ ବ୍ୟକ୍ତିଙ୍କ ଘର ଚଢାଉ କରିଥିଲେ । ହେଲେ ରାତିରେ ଏଏସଆଇ ଶିବ ଶଙ୍କର ସାହୁଙ୍କୁ ଦେଖି ଜିତଙ୍କ ପରିବାର ଲୋକେ କରିଥିଲେ ମରଣାନ୍ତକ ଆକ୍ରମଣ । ପରିବାର ଲୋକଙ୍କ ଆକ୍ରମଣରେ ଏଏସଆଇ ଶିବଶଙ୍କର ସାହୁଙ୍କ କାନ୍ଧ, ମୁହଁ ଓ ହାତରେ ଗଭୀର କ୍ଷତ ଲାଗିଥିବା ସୂଚନା ମିଳିଛି ।