ଏ ଜନ୍ମରେ ନ ହେଲା ନାହିଁ ଆର ଜନ୍ମରେ ଆମେ ହେବା ଏକାଠି ! ବାସ୍ ଏତିକି କହି ପାଣିକୁ ଡେଇଁ ପଡିଲେ ପ୍ରେମୀଯୁଗଳ ।

31

ସତରେ ବଡ ଅଦ୍ଭୁଦ ଏ ପ୍ରେମ । ସାଥି ସହ ଜୀବନ ସାରା ଏକ ଡୋରୀରେ ବାନ୍ଧି ହୋଇ ବଞ୍ôଚବାର ଅଦମ୍ୟ ଇଚ୍ଛା ଯେତେବେଳେ ସଫଳ ନ ହୁଏ । ଦୁର୍ଲଭ ଜୀବନ ମଧ୍ୟ ଅଭିଶାପ ପରି ମନେ ହୁଏ । କେତେ କେତେ ପ୍ରେମୀଯୁଗଳ ଯେ ଏହି ଅଭିଶାପର ଜ୍ୱାଳାରେ ନିଜକୁ ଜାଳିଛନ୍ତି ତାହା ଇତିହାସ ପୃଷ୍ଠାରେ ଦେଖିବାକୁ ମିଳେ । ଏଭଳି ଏକ ଖବର ଜମ୍ମୁ-କାଶ୍ମୀର ଉଧମପୁରର ସୟୁନା ଗ୍ରାମରୁ ଶୁଣିବାକୁ ମିଳିଛି । ଉକ୍ତ ସ୍ଥାନର ଏକ କେନାଲରୁ ଦୁଇଜଣଙ୍କ ଶବକୁ ପୋଲିସ୍ ଜବତ କରିଛି । କେନାଲ ମଧ୍ୟରେ ଯୁବତୀ ଏବଂ ଯୁବକଙ୍କ ଶବ ମିଳିଥିବା ବେଳେ ଦୁହିଁଙ୍କ ଗୋଟିଏ ଗୋଟିଏ ହାତ ବନ୍ଧା ହୋଇଛି ଯାହାକୁ ଦେଖି ପ୍ରେମପ୍ରସଙ୍ଗ ଆତ୍ମହତ୍ୟାର କାରଣ ହୋଇଥାଇପାରେ ବୋଲି ପୋଲିସ୍ ଅନୁମାନ କରୁଛି ।

ତେବେ ଉକ୍ତ ସ୍ଥାନରୁ ଦୁଇଟି ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରାଯାଇଛି । ଦୁହେଁ ନିଜ ପରିବାର ସମ୍ପର୍କୀୟଙ୍କୁ ଆତ୍ମହତ୍ୟା ପାଇଁ କ୍ଷମା ମାଗିଥିବା କଥା ଉଲ୍ଲେଖ ରହିଛି । ତେବେ ଏହା ଆତ୍ମହତ୍ୟା କି ହତ୍ୟା ଏନେଇ ପୋଲିସ୍ ଏବେ ତଦନ୍ତ କରିବା ଆରମ୍ଭ କରିଛି ।