ଏବେ ଓଡିଶା ବାହୁଡ଼ିବେନି ଜଗା ବଳିଆ ! ଦିଲ୍ଲୀ ଏମ୍ସରେ ଜାରି ରହିବ ଚିକିତ୍ସା, ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ

33

କନକ ବ୍ୟୁରୋ: ଏବେ ଓଡିଶା ବାହୁଡିବେନି ଜଗା-ବଳିଆ । ଦିଲ୍ଲୀ ଏମ୍ସରେ ଜଗା-ବଳିଆଙ୍କର ଆଉ କିଛି ଦିନ ଚିକିତ୍ସା କରାଯିବ । ଅପରେସନରେ ଯୋଡାମୁଣ୍ଡରୁ ଅଲଗା ହୋଇଥିବା କନ୍ଧମାଳର ଜଗା-ବଳିଆର ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଜାଣିବା ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଦିଲ୍ଲୀ ଏମ୍ସରେ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଜଗା-ବଳିଆଙ୍କୁ ଭେଟିବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ନେଇ ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଦିଲ୍ଲାରେ ଓଡିଶାର ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଅଛନ୍ତି । ସେମାନେ ଦୁଇ ଭାଇଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି । ଏହାପରେ ଜଗା-ବଳିଆଙ୍କୁ ଓଡିଶା ଆଣିବା ନେଇ ପ୍ରକ୍ରିୟା ଆରମ୍ଭ ହେବ । ବର୍ତମାନ ଜଗା ସୁସ୍ଥ ଥିବା ବେଳେ ବଳିଆର ସ୍ୱାସ୍ଥ୍ୟବସ୍ଥାରେ ଧିରେ ଧିରେ ସୁଧାର ଆସୁଛି । ତେଣୁ ଆଉ କିଛି ଦିନ ଦିଲ୍ଲୀ ଏମ୍ସରେ ଉଭୟଙ୍କ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି ।