ଯାହା ବାହାଘରରେ ନାଚି ରାତାରାତି ଷ୍ଟାର ପାଲଟିଥିଲେ ଡବୁ ଜୀ, ତାଙ୍କୁ ଗୁଳି ମାରିଲେ ଦୁବୃର୍ତ୍ତ

21

ଇଣ୍ଟରନେଟରେ ରାତାରାତି ଡ୍ୟାନ୍ସିଂ ସେନସେସନ ପାଲଟିଥିବା ସଞ୍ଜୀବ ଶ୍ରୀବାସ୍ତବ ତଥା ଡବୁ ଜୀଙ୍କ ଶଳାଙ୍କୁ କେହି ଅଜ୍ଞାତ ବ୍ୟକ୍ତି ଗୁଳି ମାରିଛନ୍ତି । ବିଦିଶାରେ ରହୁଥିବା ଡବୁ ଜୀଙ୍କ ଶଳା କୁଶାଗ୍ରଙ୍କୁ କେହି ଅଜ୍ଞାତ ବ୍ୟକ୍ତି ଗୁଳି ମାରିଛନ୍ତି । ଗ୍ୱାଲିୟର ଜନକଗଞ୍ଜ ଥାନା ଅଦାଜୀ କ୍ଷେତ୍ରରେ ଏହି ଘଟଣାଟି ଘଟିଛି । ଏବେ କୁଶାଗ୍ରଙ୍କ ଅବସ୍ଥା ଗମ୍ଭୀର ରହିଛି । ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣା ଅନୁଯାୟୀ, ଦିନ ଦ୍ୱିପ୍ରହରରେ କୁଶାଗ୍ରଙ୍କୁ ଗୁଳି ମରାଯାଇଛି । ତାଙ୍କ ଗୋଡରେ ଗୁଳି ବାଜିଥିବା ଜଣା ପଡିଛି । ତେବେ ସେଠାରେ ଉପସ୍ଥିତ ଥିବା ଲୋକେ ସଙ୍ଗେ ସଙ୍ଗେ କୁଶାଗ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଏହି ଘଟଣାର ସୂଚନା ମିଳିବା ପରେ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଆଖପାଖ ଅଞ୍ଚଳର ସିସିଟିଭି ଯାଞ୍ଚ କରୁଛି ପୋଲିସ । କୁଶାଗ୍ର ଶ୍ରୀବାସ୍ତବ ସେହି ବ୍ୟକ୍ତି ଯାହାଙ୍କ ବାହାଘରରେ ସଞ୍ଜୀବ ଶ୍ରୀବାସ୍ତବ ଗୋବିନ୍ଦାଙ୍କ ଗୀତରେ ନାଚି ରାତାରାତି ଷ୍ଟାର ପାଲଟି ଯାଇଥିଲେ । କୁଶାଗ୍ର ହେଉଛନ୍ତି ସଞୀବଙ୍କ ଶଳା ।