ହାଇଦ୍ରାବାଦ ଆକାଶରେ ରଙ୍ଗବେରଙ୍ଗର ଗୁଡି: ଆରମ୍ଭ ହୋଇଛି ଦ୍ୱିତୀୟ ଇଂଟରନ୍ୟାସନାଲ କାଇଟ ଫେଷ୍ଟିଭାଲ

7

କନକ ବ୍ୟୁରୋ : ସକାଳୁ ସକାଳୁ ହାଇଦ୍ରାବାଦ ଆକାଶରେ ଦେଖିବାକୁ ମିଳିଛି ରଙ୍ଗବେରଙ୍ଗ ବିଭିନ୍ନ ଗୁଡି । ଏହାସହ ଆରମ୍ଭ ହୋଇଛି ଦ୍ୱିତୀୟ ଇଂଟରନ୍ୟାସନାଲ କାଇଟ ଫେଷ୍ଟିଭାଲ । ଏଥିରେ ଦେଶ ବିଦେଶର ଅନେକ ପ୍ରତିନିଧି ସାମିଲ ହୋଇ ନିଜର କଳା ପ୍ରଦର୍ଶନ କରିଛନ୍ତି । ହାତରେ ତିଆରି ଅତି ଆକର୍ଷଣୀୟ ଗୁଡି ଆକାଶରେ ଦେଖିବାକୁ ମିଳିଛି । ମକରସଂକ୍ରାନ୍ତି ଓ ପୋଙ୍ଗଲ ଅବସରରେ ଗତବର୍ଷଠାରୁ ତେଲେଙ୍ଗାନା ସରକାର ଏହି ଫେଷ୍ଟିଭାଲ ଆୟୋଜନ କରୁଛନ୍ତି । ଜାନୁଆରୀ ୧୨ ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ଗୁଡି ପ୍ରତିଯୋଗିତା ଆୟୋଜିତ ହେବ ।

Comments are closed.