ଏମିତି ଏକ ମନ୍ଦିର, ଯେଉଁଠି ପାଣିରେ ଜଳୁଛି ଦୀପ ! ଜାଣନ୍ତୁ କେଉଁଠି ରହିଛି ଏହି ମନ୍ଦିର ଏବଂ କଣ ରହିଛି ଏହା ପଛର ରହସ୍ୟ ।

133

ସମାଜରେ ଚାଲିଥିବା ବିଶ୍ୱାସ, ଅନ୍ଧବିଶ୍ୱାସ ମଧ୍ୟରେ ବେଳେ ବେଳେ ଏପରି କିଛି ଚମକ୍ରାର ସମ୍ନାକୁ ଆସିଥାଏ ଯାହାକୁ ବିଜ୍ଞାନ ମଧ୍ୟ ବୁଝିପାରିନଥାଏ । ସେହିଭଳି ଏକ ଚମକ୍ରାର ଘଟଣା ସମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଉଠିବେ । ଏହି ଘଟଣାଟି ମା’ଙ୍କ ଏକ ମନ୍ଦିର ସହ ଜଡିତ ରହିଛି । ମା’ଙ୍କ ମନ୍ଦିରରେ ବର୍ଷତମାମ ଅଖଣ୍ଡ ଦୀପ ଜଳି ଆସୁଛି । କିନ୍ତୁ ସେ ଦୀପ କୌଣସି ତେଲରେ ନୁହେଁ ପାଣିରେ ଜଳୁଛି । ବିଜ୍ଞାନ ଚମକ୍ରାରକୁ ମାନିନଥାଏ କିନ୍ତୁ ଏହି ଚମକ୍ରାରକୁ ବିଜ୍ଞାନ ମଧ୍ୟ ଭୁଲ ପ୍ରମାଣ କରିପାରି ନାହିଁ । ଗତ କିଛି ବର୍ଷ ହେବ ମଧ୍ୟପ୍ରଦେଶରେ ଏକ ମା’ଙ୍କ ମନ୍ଦିରରେ ପାଣିରେ ଜଳୁଥିବା ଦୀପ ଅନେକ ସମୟରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଲୋକମାନେ ଏହାକୁ ଦେବୀଙ୍କ ଚମକ୍ରାର ବୋଲି ମାନନ୍ତି ।

ମିଳିଥିବା ସୁଚନା ଅନୁଯାୟୀ, ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ଠାରୁ ପ୍ରାୟ ୨୦୦ କିଲୋମିଟର ଦୁର ରାଜପୁର ନାମକ ଏକ ଗାଁ ରହିଛି । ରାଜପୁରରୁ ପ୍ରାୟ ୫୦ କିଲୋମିଟର ଆଗକୁ ଗଲେ ମିଳିବ ଏକ ଛୋଟ ଗାଁ, ଯେଉଁଠାରେ ଅବସ୍ଥିତ ହିଂଗଲାଜ ମନ୍ଦିର । ଲୋକଙ୍କ କହିବା ଅନୁସାରେ ପ୍ରୟ ୩୫ ବର୍ଷ ହେବ ହିଂଗଲାଜ ମନ୍ଦିରରେ ଏହି ଦୀପ ଲଗାତାର ଜଳିଆସୁଛି ।

ଲେକମାନଙ୍କ କହିବା ଅନୁସାରେ, ପ୍ରଥମେ ଏହି ଦୀପ ତେଲରେ ଜଳୁଥିଲା । କିନ୍ତୁ କିଛି ବର୍ଷ ପରେ ମା’ଙ୍କ ଚମକ୍ରାର କାରଣରୁ ଏହି ଦୀପ ଏବେ ପାଣିରେ ଜଳୁଛି । ହିଂଗଲାଜ ମନ୍ଦିରର କଥା ଶିବ ପୁରାଣରେ ସ୍ଥାପନ ଥିବାର ଜଣାପଡିଛି । ଏହି ପୁରାଣ ଅନୁଯାୟୀ, ସତୀ ଦେହତ୍ୟାଗ କରିବା ପରେ ଯେତେବେଳେ ଭଗବାନ ଶିବ ତାଣ୍ଡବ ଆରମ୍ଭ କଲେ ସେତେବେଳେ ଭଗବାନ ବିଷ୍ଣୁ ନିଜ ସୁଦର୍ଶନ ଚକ୍ରରେ ସୀତାଙ୍କ ଶରୀରକୁ ଖଣ୍ଡ ବିଖଣ୍ଡିତ କରି ୫୧ ଭାଗରେ ପରିଣତ କରିଦେଇଥିଲେ । ତାପରେ ସୀତାଙ୍କ ଶରୀରର ଅଂଶ ଯେଉଁଠାରେ ପଡିଲା ସେଠାରେ ଗୋଟିଏ ଗୋଟିଏ ଶକ୍ତିପିଠ ସ୍ଥାପନ ହୋଇଗଲା । ସେହି ଶକ୍ତିପୀଠ ମାନଙ୍କ ମଧ୍ୟରୁ ହିଂଗଲାଜ ମନ୍ଦିର ଅନ୍ୟତମ । ଯାହା ଏବେ ମଧ୍ୟପ୍ରଦେଶର ଏକ ଗାଁରେ ଅବସ୍ଥିତ ।