ନୂଆ ଫିଚର ସହ ରେଳବାଇ ବଦଳାଇଲା ‘ରାଜଧାନୀର ଏକ୍ସପ୍ରେସ’ର ଲୁକ୍ ! ଲାଗିଲା ସିସିଟିଭି ଓ ଏଲଇଡ଼ି ଲାଇଟ୍

38

‘ରାଜଧାନୀର ଏକ୍ସପ୍ରେସ’ର ଲୁକରେ ହୋଇଛି ବିରାଟ ପରିବର୍ତ୍ତନ । ନୂଆ ନୂଆ ଲାଗୁଛି ‘ରାଜଧାନୀର ଏକ୍ସପ୍ରେସ’ । ରାଜଧାନୀର ନୂଆ ଲୁକର ଫଟୋକୁ ଟି୍ୱଟରରେ ସେୟାର କରିଛି ରେଳବାଇ । ଯାତ୍ରୀଙ୍କୁ ରାଜଧାନୀ ଏକ୍ସପ୍ରେସର ନୂଆ ଚେହେରା ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି । ଏହି ନୂଆ ଲୁକ ‘ସିୟାଲଦହ-ନୂଆଦିଲ୍ଲୀ’ ରାଜଧାନୀ ଏକ୍ସପ୍ରେସରେ ଦେଖିବାକୁ ମିଳିବ । ଯାତ୍ରୀଙ୍କ ସୁବିଧା ପାଇଁ କୋଚରେ ସିସିଟିଭି କ୍ୟାମେରା, ଶୌଚାଳୟରେ ଅଟୋ ଜେନେଟର ଏବଂ ଏଲଇଡି ବଲବ ଲଗାଯାଇଛି ।

‘ସ୍ୱର୍ଣ୍ଣ କୋଚ’ ଯୋଜନା ଅନୁସାରେ ଆଗାମୀ ସମୟରେ ୧୪ଟି ରାଜଧାନୀ ଏକ୍ସପ୍ରେସ ଓ ୧୫ଟି ଶତାବ୍ଦୀ ଏକ୍ସପ୍ରେସରେ ଡବାକୁ ନୂଆ ରୂପ ଦିଆଯିବ । ଯାତ୍ରୀଙ୍କ ଅନୁଭବକୁ ସୁଧାରିବା ପାଇଁ ଏହା ଏକ ବଡ ପଦକ୍ଷେପ ବୋଲି ଆଶା କରାଯାଉଛି । ସ୍ୱର୍ଣ୍ଣ ଡବା ତିଆରି କରିବାରେ ୩୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ପୁରୁଣା ହୋଇଯାଇଥିବା ଡବାକୁ ପୁନର୍ବାର ନୂଆ ରୂପ ଦେବାଲାଗି ଏହା ଏକ ଚେଷ୍ଟା କରାଯାଉଛି । ଆଉ ଏହା ପ୍ରିମିୟମ ଟ୍ରେନରୁ ଆରମ୍ଭ ହେବ ବୋଲି ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି । ସୁରକ୍ଷାକୁ ଧ୍ୟାନରେ ରଖି ସମସ୍ତ କୋଚରେ ସିସିଟିଭି ଲଗାଯାଇଛି । ମଜାର ବିଷୟ ହେଉଛି କ୍ୟାମେରା ଗୁଡିକ ଖାସ କରି ଟ୍ରେନର ମୁଖଦ୍ୱାର ପାଖରେ ଲଗାଯାଇଛି ।

ଯାତ୍ରୀଙ୍କ ସୁବିଧା ପାଇଁ ଶୌଚାଳୟରେ ଅଟୋ ଜେନେଟର ଲଗାଯାଉଛି, ଯାହା ଆପେ ଆପେ ଶୌଚାଳୟ ସଫା କରିପାରିବ । ଶୌଚାଳୟରେ ସ୍ୱଚ୍ଛତାକୁ ନଜରରେ ରଖି ଏଭଳି ସୁବିଧା କରାଯାଇଛି । ଏହାସହ ଷ୍ଟେନଲେସ ଷ୍ଟିଲ ୱାଶ ବେସିନ ମଧ୍ୟ ରହିଛି । ଯାତ୍ରୀ ମାନଙ୍କ ଆସବାବପତ୍ର ରଖିବା ପାଇଁ ମଧ୍ୟ ଅନେକ ସୁବିଧା କରାଯାଇଛି । ଅନ୍ଧାରରେ ନିଜ ସ୍ଥଳିକୁ ଜାଣିବା ଲାଗି ସ୍ପେଶାଲ ନାଇଟ ସାଇନ ମଧ୍ୟ ଲଗାଯାଇଛି । ଯାହା ସାହାଯ୍ୟରେ ଅନ୍ଧାରରେ ମଧ୍ୟ ଆପଣ ନିଜ ବର୍ଥ ସୁବିଧାରେ ଜାଣିପାରିବେ ।