ୱେଲିଙ୍ଗଟନ ଦିନିକିଆରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ: କ୍ୱିୱି ବୋଲରଙ୍କୁ ସାମନା କରିବାରେ ବ୍ୟାଟ୍ସମ୍ୟାନ ଫେଲ୍

୪ ୱିକେଟ ହରାଇ ସଂଘର୍ଷ କରୁଛି ଭାରତ, ବୋଲ୍ଟ ଓ ମ୍ୟାଟଙ୍କୁ ୨ ଟି ଲେଖାଁଏ ୱିକେଟ

84

କନକ ବ୍ୟୁରୋ: ଆଜି ୱେଲିଙ୍ଗଟନରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ମ ଦିନିକିଆ  କ୍ରିକେଟ୍‌ ମ୍ୟାଚରେ ଭାରତ ୮୦ ରନ୍‌ କରି ୪ଟି ଓ୍ଵିକେଟ୍‌ ହରାଇଛି। ମାତ୍ର ୧୮ ରନରେ ୪ଟି ଓ୍ଵିକେଟ୍‌ ହରାଇଥିଲା ଭାରତ। ଏହାପରେ ଆମ୍ବତି ରାଇଡୁ ଓ ବିଜୟ ଶଙ୍କର କ୍ରିଜକୁ ଆସି ପରିସ୍ଥିତି ସୁଧାରିବାର ପ୍ରୟାସ ଜାରି ରଖିଛନ୍ତି।

ଅଧିନାୟକ ରୋହିତ ଶର୍ମା ଟସ୍‌ ଜିଣିବା ପରେ ପ୍ରଥମେ ବ୍ୟାଟିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ। ନ୍ୟୁଜିଲାଣ୍ଡର ମ୍ୟାଟ୍‌ ହେନରିଙ୍କ ବଲରେ ପ୍ରଥମେ  ରୋହିତ ଶର୍ମା ଆଉଟ୍‌ ହୋଇ ଯାଇଥିଲେ। ତା’ପରେ ପଡ଼ିଥିଲା ଶିଖର ଧାଓ୍ଵନଙ୍କ ଉଇକେଟ୍‌। ସେ ମଧ୍ୟ ମ୍ୟାଟ୍‌ ହେନ୍‌ରିଙ୍କ ବଲ୍‌ରେ ଥାର୍ଡ ମ୍ୟାନଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ ହୋଇଛନ୍ତି। ତାଙ୍କ ପଛକୁ ଶୁବମନ ଗିଲଙ୍କ ଓ୍ଵିକେଟ୍‌ ପଡ଼ିଥିଲା। ହାମିଲ୍‌ଟନଙ୍କ ବଲ୍‌ରେ ସେ ସର୍ଟ ଓଭରରେ ସାଣ୍ଟର୍‌ଙ୍କୁ ଚମତ୍କାର କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ। ପରେ ପରେ ଏମ୍‌ ଏସ୍‌ ଧୋନି ବୋଲ୍‌ଡ୍‌ ଆଉଟ୍‌ ହୋଇଯାଇଛନ୍ତି।

୨୩.୫  ଓଭର୍‌ ସୁଦ୍ଧା ଭାରତୀୟ ବ୍ୟାଟ୍‌ସ୍‌ମ୍ୟାନ୍‌ ଆମ୍ବତି ରାଇଡୁ ୫୨ ଟି ବଲ୍‌ ଖେଳି ୨୫ ରନ୍‌ ଓ ବିଜୟ ଶଙ୍କର ୪୬ ବଲ୍‌ ଖେଳି ୨୯ ରନ୍‌ କରି କ୍ରିଜରେ ଅଛନ୍ତି।

ଭାରତ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ଶୁବମନ ଗିଲ୍, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ, ବିଜୟ ଶଙ୍କର, ମହମ୍ମଦ ସାମି।

ନ୍ୟୁଜିଲାଣ୍ଡ: କେନ୍ ୱିଲିୟମସନ୍ (ଅଧିନାୟକ), ହେନରି ନିକୋଲ୍ସ, କଲିନ୍ ମୁନ୍‌ରୋ, ରସ୍ ଟେଲର, ଟମ୍ ଲାଥାମ, କଲିନ୍ ଡି ଗ୍ରାଣ୍ଢୋମେ, ଜେମ୍ସ ନିସାମ, ଡଗ୍ ବ୍ରାସୱେଲ/ ମିଚେଲ ସାଣ୍ଟନର, ଟଡ୍ ଆସଲେ, ମ୍ୟାଟ୍ ହେନରି/ ଟିମ୍ ସାଉଦି, ଟ୍ରେଣ୍ଟ ବୋଲ୍ଟ।