ସୁପର ସନଡେରେ ସୁପର ଫାଇଟ୍ ! ଆଜି ଓଭାଲରେ ମୁହାଁମୁହିଁ ହେବେ ୨ ପ୍ରତିଦ୍ୱନ୍ଦ୍ୱି ଭାରତ ଓ ପାକିସ୍ତାନ

26

କନକ ବ୍ୟୁରୋ: ଆଜି ଓଭାଲରେ ଖେଳାଯିବ ଫାଇନାଲ୍ ଫାଇଟ୍ । ଆଇସିସି ଚାମ୍ପିଅନ୍ସ ଟ୍ରଫିର ଟାଇଟଲ୍ ଲଢେଇରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ ଓ ପାକିସ୍ତାନ । ଏହି ହାଇଭୋଲଟେଜ୍ ମ୍ୟାଚ୍ ପାଇଁ ସମସ୍ତଙ୍କ ଭିତରେ ଉତ୍କଣ୍ଠା ଭରିରହିଛି । ସୁପର ସନଡେରେ ସୁପର ସୋରେ ବିଜୟ ପାଇଁ ଭାରତ-ପାକିସ୍ତାନ କ୍ୟାପଟେନ ପ୍ରସ୍ତୁତ କରିଛନ୍ତି ସୁପର ଷ୍ଟ୍ରାଟେଜୀ ।

ଅନ୍ୟପଟେ, ଭାରତ-ପାକିସ୍ତାନ ମଧ୍ୟରେ ଆଜି ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚ୍ ପାଇଁ ୨ହଜାର କୋଟି ଟଙ୍କା ସଟ୍ଟା ଲାଗିଛି । ଏହି ଆକଳନ କରିଛି ‘ଅଲ୍ ଇଣ୍ଡିଆ ଗେମିଂ ଫେଡେରେସନ’ । ଜଣେ ଯଦି ଭାରତର ବିଜୟ ପାଇଁ ୧୦୦ଟଙ୍କାର ବାଜି ଲଗାଇବେ ତେବେ ଭାରତ ଜିତିଲେ ତାକୁ ୧୪୭ଟଙ୍କା ମିଳିବ । ସେହିପରି ପାକିସ୍ତାନ ଉପରେ ୧୦୦ଟଙ୍କାର ବାଜିରେ ପାକର ବିଜୟ ପରେ ମିଳିବ ୩୦୦ଟଙ୍କା ।

ତେବେ ସର୍ଭେ ଅନୁଯାୟୀ ବର୍ଷକ ମଧ୍ୟରେ ଟିମ୍ ଇଣ୍ଡିଆ ଉପରେ ୨ଲକ୍ଷ କୋଟି ଟଙ୍କାର ସଟ୍ଟା ଲଗାଯାଇଛି । ୧୦ବର୍ଷ ପରେ ଭାରତ-ପାକିସ୍ତାନ ମଧ୍ୟରେ ଫାଇନାଲ ଖେଳାଯାଉଥିବାରୁ ଏହି ମ୍ୟାଚ୍ ପାଇଁ ୨ହଜାର କୋଟି ଟଙ୍କାର ସଟ୍ଟା ଲଗାଯାଇଛି ।