୨୦୦୦ କୋଟିର ବାଜି ! ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ୍ ପାଇଁ ଜଳିଲା ସଟ୍ଟା ବଜାର

34

କନକ ବ୍ୟୁରୋ : ଭାରତ-ପାକିସ୍ତାନ ଫାଇନାଲ ମ୍ୟାଚ୍ ପାଇଁ ୨ହଜାର କୋଟିର ସଟ୍ଟା । ଆସନ୍ତାକାଲି ଖେଳା ଯିବାକୁ ଥିବା ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ ମ୍ୟାଚ୍ ପାଇଁ ୨ହଜାର କୋଟି ଟଙ୍କା ସଟ୍ଟାରେ ଲାଗିଛି । ଅଲ୍ ଇଣ୍ଡିଆ ଗେମିଂ ଫେଡେରେସନ ଏନେଇ ଆକଳନ କରିଛି । ଏପରିକି ଗତ ଶୁକ୍ରବାର ଦିନ ମଧ୍ୟ ବୁକିଙ୍କ ଫେଭରିଟ ଟିମ୍ ଥିଲା ଇଣ୍ଡିଆ । କିନ୍ତୁ ଦୁଇ ଦଳ ମଧ୍ୟରେ ତାରତମ୍ୟ ଅଧିକ ନଥିଲା । ଜଣେ ଯଦି ଭାରତ ଓ ବିରାଟ କୋହଲିଙ୍କ ଟିମର ବିଜୟ ପାଇଁ ୧୦୦ଟଙ୍କାର ବାଜି ଲଗାଇବେ ତେବେ ଭାରତ ଯିତିଲେ ତାକୁ ୧୪୭ଟଙ୍କା ମିଳିବ ।

ସେହିପରି ପାକିସ୍ତାନ ଉପରେ ୧୦୦ଟଙ୍କାର ବାଜିରେ ପାକର ବିଜୟ ପରେ ମିଳିବ ୩୦୦ଟଙ୍କା । ଏକ ସର୍ଭେ ଅନୁଯାୟୀ ବର୍ଷକ ମଧ୍ୟରେ ଟିମ୍ ଇଣ୍ଡିଆ ଉପରେ ୨ଲକ୍ଷ କୋଟି ଟଙ୍କାର ସଟ୍ଟା ଲଗାଯାଇଛି । ୧୦ ବର୍ଷ ମଧ୍ୟରେ ଭାରତ-ପାକିସ୍ତାନ ମଧ୍ୟରେ ଫାଇନାଲ ଖେଳାଯାଉଥିବାରୁ ଏହି ମ୍ୟାଚ ପାଇଁ ୨ହଜାର କୋଟି ଟଙ୍କାର ସଟ୍ଟା ଲଗାଯାଇଛି । ଫାଇନାଲ ଜିତିବା ଛଡା ମ୍ୟାଚର ଅନ୍ୟାନ୍ୟ ଦିଗ ଉପରେ ମଧ୍ୟ ଜଣେ ବେଟିଂ ଲଗାଇପାରିବ । ୧୦ଓଭରରେ ଦୁଇ ଦଳର ସ୍କୋର ଓ ଦୁଇ ଦଳର ସମୁଦାୟ ରନ୍ ଉପରେ ମଧ୍ୟ ବେଟିଂ କରାଯାଇପାରିବ ।