ଟେଲିକମ ବଜାରରେ ଆଇଡିଆର ଟଂକା ବର୍ଷା । ସୁପରଅଫର ଦେଇ ଗ୍ରାହକଙ୍କ ମନ କିଣୁଛି କମ୍ପାନୀ । ଗ୍ରାହକଙ୍କୁ ମିଳୁଛି ଟଂକା ସହ ଅନେକ ଫାଇଦା

28

ଗ୍ରାହକଙ୍କ ପାଇଁ ଦମଦାର ଅଫର ଆଣିଛି ଆଇଡିଆ । ଏହି ଅଫର ଟେଲିକମ ସେକ୍ଟରରେ ଝଡ ସୃଷ୍ଟି କରିଛି । ଦେଶୀ ମୋବାଇଲ କମ୍ପାନୀ କାର୍ବନ ସହ ମିଶି ଏହି ଘୋଷଣା କରିଛି ଆଇଡିଆ କମ୍ପାନୀ । ଏଥିରେ କମ୍ପାନୀ କାର୍ବନ ୪ଜି ଫୋନ ସହ ଗୋଟିଏ ଫିଚର ଫୋନ ଓ ୨ହଜାର ଟଙ୍କା ଫେରସ୍ତ ପାଇବେ । ଫେବୃୟାରୀ ୧ରୁ ଗ୍ରାହକ ଏହି ଫାଇଦା ଉଠାଇପାରିବେ । କାର୍ବନ ଏ୪୧ ପାୱାର ଓ ଏ୯ ଭାରତୀୟ ସ୍ମାର୍ଟ ଫୋନ ସହ ୧୫ଶହରୁ ୨ହଜାର ଟଙ୍କା ଗ୍ରାହକଙ୍କୁ ଫେରସ୍ତ ଦିଆଯିବ ।

ତା ସହ କାର୍ବନ, କେ୩୧୦ଏନ, କେ୨୪ପ୍ଲସ ଓ କେ୯ ଆଦି ଫୋନ ଗୁଡିକରେ ୧ହଜାର ଟଙ୍କା ଫେରସ୍ତ ସହ ଫିଚର ଫୋନ ଜମ୍ବୋ ଅଫରରେ ଦେଇଛି । କାର୍ବନ ଏ୪୧ ପାୱାର ଓ ଏ୯ ସ୍ମାର୍ଟ ଫୋନ ମୂଲ୍ୟ ଯଥାକ୍ରମେ ୨୯୯୯ ଓ ୩୬୯୯ ରହିଛି । ୧୫ଶହ ଟଙ୍କା ଫେରସ୍ତ କରିବା ପରେ ଏହାର ମୂଲ୍ୟ ପାଖାପାଖି ଅଧା ହୋଇଯିବ ।

୧୮ ମାସ ପରେ ଗ୍ରାହକ ଆଇଡିଆ ମନି ୱାଲେଟ ମାଧ୍ୟମରେ ୧ହଜାର ଟଂକା ଓ ୩୬ମାସ ପରେ ଆଉ ଏକ ହଜାର ଟଙ୍କା ମିଳିବ । ଆଇଡିଆ ୟୁବା-୨ ଉପରେ ୨ହଜାର ଟଂକା ରିହାତି ମିଳିବ । ଏହି ୪ଜି ସ୍ମାର୍ଟ ଫୋନର ପ୍ରକୃତ ମୂଲ୍ୟ ୫ହଜାର ଟଙ୍କା । ଏଥିରେ ଗ୍ରାହକ ୧୮ ମାସପରେ ୧୫ଶହ ଟଙ୍କା ଓ ୩୬ ମାସ ପରେ ୫ଶହ ଟଂକା ଫେରିପାଇବେ ।

ଆଇଡିଆ ୧୬୯ ଟଙ୍କା ରିଚାର୍ଜ କରି ୨୮ ଦିନ ପର୍ଯ୍ୟନ୍ତ ଅନଲିମିଟେଡ କଲ, ରୋମିଂ କଲ ଓ ପ୍ରତିଦିନ ୧ଜିବି ଡାଟା ସହ ପ୍ରତିଦିନ ଶହେ ଏସଏମଏସ ମାଗଣା ପଠାଇପାରିବେ ।

ସୌଜନ୍ୟ: ଆଜତକ