ଚୀନ୍ ସୀମାରେ ଭାରତର ଲଢ଼ୁଆ ସୁଖୋଇ ବିମାନ ୩୦ ନିଖୋଜ ! ସର୍ଚ୍ଚ ଅପରେସନ ଆରମ୍ଭ

49

କନକ ବ୍ୟୁରୋ: ଚୀନ ସୀମାରେ ଭାରତୀୟ ବାୟୁସେନାର ଲଢୁଆ ଯୁଦ୍ଧ ବିମାନ ସୁଖୋଇ ୩୦ ନିଖୋଜ । ଅରୁରଣାଚଳ ପ୍ରଦେଶର ଦୋ÷ଲାସାଙ୍ଗରେ ଭାରତ ଚୀନ୍ ସୀମାରେ ନିଖୋଜ ହୋଇଯାଇଛି । ବିମାନଟି ସକାଳ ୧୦ଟାବେଳେ ଆସାମର ତେଜପୁର ବେସ୍ କ୍ୟାମ୍ପରୁ ନିୟମିତ ପ୍ରଶିକ୍ଷଣ ଅଭିଯାନରେ ଉଡାଣ ଭରିଥିଲା ।

ତେବେ ପ୍ରାୟ ସାଢ଼େ ୧୧ଟା ବେଳକୁ ରାଡାରରୁ ଏହାର ସମ୍ପର୍କ ଛିନ୍ନ ହୋଇଥିଲା । ଏହା ପରଠାରୁ ବିମାନ ଓ ଏଥିରେ ଥିବା ୨ପାଇଲଟଙ୍କ ପତା ମିଳିପାରିନାହିଁ । ନିଖୋଜ ବିମାନକୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନକୁ ବ୍ୟାପକ କରାଯାଇଛି । ରାଡର ସହ ସଂପର୍କ ତୁଟିଯିବା ପରେ ଏହାକୁ ଖେଜିବା କାମ ଆରମ୍ଭ ହୋଇ ଯାଇଛି ।