ପାର୍କିଂ ନିଷେଦ୍ଧ ସ୍ଥାନରେ କାର ପାର୍କ କଲେ ମେୟର, ଚାଲାଣ କାଟିଲେ ଟ୍ରାଫିକ୍ ପୋଲିସ

106

ଦିନକୁ ଦିନ ଦେଶରେ ଭୁଶୁଡ଼ି ପଡ଼ୁଛି ଟ୍ରାଫିକ୍ ବ୍ୟବସ୍ଥା । ଆଉ ଏହାର ପ୍ରମୁଖ କାରଣ ବେଆଇନ୍ ପାର୍କି । ଆଜିକାଲି ଦେଖିବା ପାଇଁ ମିଳୁଛି ଲୋକମାନେ ରାସ୍ତାର ଉଭୟ ପାର୍ଶ୍ୱରେ ବେଆଇନ୍ ପାର୍କିଂ କରୁଛନ୍ତି । ଯଦ୍ୱାରା ଟ୍ରାଫିକ୍ ଜାମ ହେଉଛି । କଲେଜ ପଢ଼ୁଆ ପିଲାମାନେ ତଥା ଖାସ୍ କରି ବଡ଼ ବଡ଼ିଆମାନେ ନିଜ ପଦବିର ଦମ୍ ଦେଖାଇ ଟ୍ରାଫିକ୍ ନିୟମକୁ ଉଲ୍ଲଂଘନ କରୁଥିବାର ପ୍ରାୟ ଦେଖିବା ପାଇଁ ମିଳେ । ଦୁର୍ଘଟଣାକୁ କମ୍ କରିବା ପାଇଁ ଟ୍ରାଫିକ୍ ନିୟମକୁ ଯେତେ କଡ଼ା କଡ଼ି କରା ଯାଉଥିଲେ ମଧ୍ୟ ଲୋକମାନେ ଏହାକୁ ଉଲ୍ଲଂଘନ କରିଥାନ୍ତି । ଲୋକଙ୍କୁ ସଚେତନ କରିବା ପାଇଁ ସକରାରଙ୍କ ପକ୍ଷରୁ ଅନେକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ହେଲେ କିଛି ସୁଫଳ ମିଳୁନି । ତେବେ ହାଇଦ୍ରାବାଦ୍ରେ ଟ୍ରାଫିକ୍ ପୁଲିସ ଯାହା କରିଛନ୍ତି, ତାହା ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି । ବେଆଇନ୍ ପାର୍କିଂ ଯୋଗୁଁ ଜଣେ ମେୟରଙ୍କର ଚାଲାଣ କାଟିଛନ୍ତି ଟ୍ରାଫିକ୍ ପୁଲିସ

ସୂଚନା ଅନୁସାରେ ହାଇଦ୍ରାବାଦ୍ର ମେୟର ବୋନଥୁ ରାମମୋହନଙ୍କ କାର୍ ସାଇବରାବାଦ୍ ଅଞ୍ଚଳରେ ପାର୍କିଂ ନିଷେଧ ଥିବା ସ୍ଥାନରେ ପାର୍କ କରିଥିଲେ ଆଉ କେହି ଜଣେ ଅଜଣା ବ୍ୟକ୍ତି ତାହାର ଫଟୋ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ । ଆଉ ଆଜିକାଲି ସୋସିଆଲ ମିଡ଼ିଆର ଶକ୍ତି ବିଷୟରେ ସମସ୍ତଙ୍କୁ ଜଣା । ଧୀରେ ଧୀରେ ଭାଇରାଲ ହେବାରେ ଲାଗିଲା ସେହି ଫଟୋ । ଯାହା ପରେ ଟ୍ରାଫିକ୍ ପୁଲିସ ମେୟର ବୋନଥୁ ରାମମୋହନଙ୍କ ରାମମୋହନଙ୍କ ପାଖରେ ଇ-ଚାଲାଣ ପଠାଇଥିଲା ।

ଚାଲାଣ ପାଇଁ ରାମମୋହନ ତାଙ୍କ ଫଟୋ ଉଠାଇ ସୋସିଆଲ ମିଡିଆରେ ଛାଡ଼ିଥିବା ଲୋକକୁ ନିୟମ ଅନୁସରଣ କରୁଥିବାରୁ ଧନ୍ୟବାଦ୍ ଜଣାଇଥିଲେ । ଏହାସହ ଅନ୍ୟ ସାଧାରଣ ନାଗରିକଙ୍କ ଭଳି ତାଙ୍କୁ ମଧ୍ୟ ସାଧାରଣ ନାଗରିକ ଭାବି ନିଜର କାମ କରିଥିବାରୁ ସେ ତେଲେଙ୍ଗାନା ପୁଲିସକୁ ମଧ୍ୟ ଧନ୍ୟବାଦ୍ ଜଣାଇଥିଲେ । ପରେ ସେ ଗାଡ଼ିଟି ସେ ନୁହେଁ ତାଙ୍କ ଗାଡ଼ିର ଚାଳକ ଭୁଲ ସ୍ଥାନରେ ପାର୍କ କରିଥିଲେ ବୋଲି ସ୍ପଷ୍ଟ କରିଥିଲେ ରାମମୋହନ ।