ବିଜୁ ଜନ୍ମ ଶତବାର୍ଷିକୀ ଅବସରରେ ଭୁବନେଶ୍ୱରରେ ଆୟୋଜିତ ହୋଇଛି ମାନବ ଶୃଙ୍ଖଳ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦେଶବ୍ୟାପୀ ବିଜୁ ଜନ୍ମ ଶତବାର୍ଷିକୀ ପାଳନ କରୁଛି ବିଜେଡି । ବିଜୁ ଜନ୍ମ ଶତବାର୍ଷିକୀ ଅବସରରେ ଆଜି ରାଜ୍ୟରେ ଓଡିଶା ଗଠନର ୮୦ ପୂର୍ତି ପାଳନ କରାଯାଉଛି । ଏଥିପାଇଁ ବିଜେଡି ପକ୍ଷରୁ ସମସ୍ତ ଜିଲ୍ଲାରେ ମାନବ ଶୃଙ୍ଖଳ କରାଯାଇଛି ।

୩୦ଟି ଜିଲ୍ଲା ଓ ୩୧୪ ବ୍ଲକ ଅଫିସରେ ଛାତ୍ରଛାତ୍ରୀଙ୍କୁ ନେଇ ମାନବ ଶୃଙ୍ଖଳ କରାଯାଇଛି । ଭୁବନେଶ୍ୱରରେ ଆୟୋଜିତ ମାନବ ଶୃଙ୍ଖଳର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଧଉଳିରୁ ନନ୍ଦନକାନନ ଯାଏଁ ୩୫ କିଲୋମିଟର ବ୍ୟାପି ବିଜେଡିର ମାନବ ଶୃଙ୍ଖଳ କରାଯାଇଛି ।