ଜଙ୍ଗଲରେ ନୃଶଂସ ମଣିଷ : ଆଖିପିଛୁଳାକେ କରନ୍ତି ଶିକାର

75

2f2424205809e0571d5445f17536292fସାଉଥ ଆମେରିକା ଇକ୍ୱାଡୋରର ଘଞ୍ଚ ଜଙ୍ଗଲରେ ବସତି ସ୍ଥାପନ କରିବା ବହୁତ ବିପଜ୍ଜନକ । ଏପରି ବିପଜ୍ଜନକ ଜଙ୍ଗଲରେ ହୈାରାନି ନାମକ ଏକ ଜନଜାତିର ଲୋକମାନେ କେବଳ ତାଙ୍କର ବିଚକ୍ଷଣତା ଯୋଗୁଁ ସେଠାରେ ତିଷ୍ଠି ପାରିଛନ୍ତି । ଘଞ୍ଚ ଜଙ୍ଗଲରେ ହୈାରାନି ଜନଜାତିର ଲୋକଙ୍କ ପାଖରେ ଖାଇବା ପିଇବାର ବିଶେଷ କିଛି ସୁବିଧା ନଥାଏ । ଏମିତିରେ ସେଠାରେ ଜୀବନ ଜିଇଁବା ପାଇଁ ଏଇ ପ୍ରଜାତିର ଲୋକଙ୍କୁ କେବଳ ଶିକାର ଉପରେ ହିିଁ ଅଧିକ ଧ୍ୟାନ ଦେବାକୁ ପଡିଥାଏ ।

ଏଇ ଜନଜାତିର ଲୋକମାନେ ମାଟିିରେ ଛିଡା ହୋଇ ଲମ୍ବା ବାଡି ସାହାଯ୍ୟରେ ଶିକାର ଉପରେ ଆକ୍ରମଣ କରିଥାଆନ୍ତି । ଏହା ବ୍ୟତିତ ଏଇ ଜନଜାତିର ଲୋକଙ୍କ ବେଗ ବହୁତ ଓ ଗଛ ଚଢିବା ଦକ୍ଷତା ବହୁତ । ପ୍ରତ୍ୟହ ଶିକାର କରିବା ଯୋଗୁଁ ଏଇ ଜନଜାତିର ଲୋକମାନଙ୍କ ଶରୀର ବହୁତ ବିକୃତ ଓ କଦାକର ହୋଇ ଦେଖାଯାଏ । ଏଇ ପ୍ରଜାତିର ସମସ୍ତ ଲୋକଙ୍କ ପାଦରେ ଥାଏ ୬ଟି ଅଙ୍ଗୁଳି । ଏତେ ଅସୁବିଧା ରହିବା ସତ୍ୱେ ଏଇ ପ୍ରଜାତିର ଲୋକେ ଘଞ୍ଚ ଜଙ୍ଗଲରେ ହିଁ ରହିବା ପାଇଁ ପସନ୍ଦ କରନ୍ତି ।

ହୈାରାନି ପ୍ରଜାତିର ଲୋକେ ଏବେ ମାତ୍ର ଅଛନ୍ତ ୪ ହଜାର । ସଭ୍ୟତାରୁ ବହୁତ ଦୂରରେ ଥବା ଏଇ ଲୋକମାନେ ଏବେ ମଧ୍ୟ ଉଲଗ୍ନ  ହୋଇ ବୁଲନ୍ତି । ଏଇ ଜନଜାତିର ଲୋକ ଦଳରେ ରହିବା ପାଇଁ ପସନ୍ଦ କରନ୍ତି । ସବୁଠାରୁ ମଜାଦାର କଥାହେଲା ଏଇ ପ୍ରଜାତିର ସବୁଲୋକ ଜଣେ ଜଣକୁ ଭଲରେ ଜାଣିଥାଆନ୍ତି । କିନ୍ତୁ ଏବେ ସେମାନେ ରହୁଥିବା ସ୍ଥାନରେ ବାହାର ଲୋକେ ଅଧିକାର କରିବାରେ ଲାଗିଛନ୍ତି । ଏଠାରେ ଥିବା ତେଲ ଭଣ୍ଡାର ପାଇଁ ହିିଁ ବାହାର ଲୋକମାନେ ଏଇ ସ୍ଥାନ ଉପରେ ଆଖି ପକାଉଛନ୍ତି ବୋଲି ସୂଚନା ମିଳିଛି ।