ସିଗାରେଟ ପିଇବା ଯୋଗୁଁ ଓଠ କଳା ପଡିଯାଇଛି କି ! ଆପଣାନ୍ତୁ ଏହି ଟିପ୍ସ୍

76

ଯେଉଁମାନେ ସିଗାରେଟ ପିଅନ୍ତି, ସେମାନଙ୍କ ଓଠ କଳା ପଡିଯାଏ । ଏଥିପାଇଁ ସେମାନେ ବହୁତ ଚିନ୍ତାରେ ମଧ୍ୟ ଥାଆନ୍ତି । ଏଥିପାଇଁ ଅନେକ ଉପାୟ ମଧ୍ୟ ଖୋଜନ୍ତି । ଏହାସହ ବଢୁଥିବା ପ୍ରଦୂଷଣ ଯୋଗୁଁ ଆଜିକାଲି ଲୋକମାନେ ଫଟା ଓଠ ଯୋଗୁଁ ମଧ୍ୟ ଚିନ୍ତାରେ ରହୁଛନ୍ତି । ଆପଣ ଏଥିରୁ ରକ୍ଷା ପାଇବା ପାଇଁ କିଛି ଟିପ୍ସ ଆପଣାଇ ପାରିବେ ।

୧. ବେକିଂ ସୋଡାରେ କିଛି ବୁନ୍ଦା ତେଲ ମିଶାଇ ଓଠରେ ଲଗାନ୍ତୁ ଓ ୧୦-୧୫ ସେକେଣ୍ଡ ସେକେଣ୍ଡ ପାଇଁ ଓଠକୁ ମାଲିସ କରନ୍ତୁ । ଏହି ସ୍କ୍ରବ ଆପଣଙ୍କ ଓଠକୁ ଗୋଲାପୀ କରିବାରେ ସାହାଯ୍ୟ କରିବ ।

୨.ଏକ ଚାମଚ ଚିନିରେ କିଛି ବୁନ୍ଦା ମହୁ ମିଶାଇ ଓଠରେ ମାଲିସ କରନ୍ତୁ । ଦୁଇ ମିନିଟ ପରେ ଅଳ୍ପ ଉଷୁମ ପାଣିରେ ଓଠକୁ ଧୋଇ ଦିଅନ୍ତୁ । ଏହି ଉପାୟରେ ପରେ ଓଠରେ ପେଟ୍ରୋଲିୟମ ଜେଲି ଲଗାନ୍ତୁ ।

୩. ଦୁଇ ଚାମଚ ଚିନିରେ ଅଧା ଚାମଚ ମହୁ, ଭାନିଲା ଏସେନ୍ସ ଓ ଅଧା ଚାମଚ ଜାଇତୁନର ତେଲ ମିଶାନ୍ତୁ । ଏହି ମିଶ୍ରଣକୁ କିଛି ସମୟ ଓଠରେ ଲଗାଇ ମାଲିସ କରନ୍ତୁ । ଏପରି କରିବା ଦ୍ୱାରା ଓଠ ଗାଲାପୀ ହେବା ସହ କୋମଳ ହୋଇଥାଏ ।

୪.ଏକ ଚାମଚ ଚିନିରେ କିଛି ବୁନ୍ଧା ଜାଇତୁନ ତେଲ ମିଶାନ୍ତୁ । ଏହାକୁ ଲଗାଇଲେ ଫଟା ଓଠ ଠିକ ହୋଇଯାଏ ।

୫. କଳା ଓଠ ଯୋଗୁଁ ଚିନ୍ତିତ ଥିଲେ କଫିର ସ୍କ୍ରବ ବହୁତ ଭଲ ଫଳ ଦେଇଥାଏ । ଏଥିପାଇଁ କଫିକୁ କ୍ଷୀରରେ ମିଶାଇ ଓଠରେ ମାଲିସ କରନ୍ତୁ । ଏବଂ କିଛି ସମୟ ପରେ ଅଳ୍ପ ଉଷୁମ ପାଣିରେ ଓଠକୁ ଧୋଇ ଦିଅନ୍ତୁ ।