ଆଧାର କାର୍ଡ଼କୁ କିପରି କରିବେ ଲକ୍ ! ଚୋରୀ ହେବ ନାହିଁ ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

38

ଆଧାର କାର୍ଡ଼ରୁ କେହି ଆପଣଙ୍କ ଗରୁତ୍ୱପୂର୍ଣ୍ଣ ତଥ୍ୟ ଚୋରାଇପାରେ କିମ୍ବା ଏହାର ଖରାପ ବ୍ୟବହାର ହୋଇପାରେ । ଏପରି କିଛି ଚିନ୍ତା କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଭଲ ଖବର । ଜାଣି ରଖନ୍ତୁ ଆପଣଙ୍କ ଆଧାର କାର୍ଡ଼ ଲକ୍ ହୋଇପାରିବ । ଯଦ୍ୱାରା ଆପଣଙ୍କ ଆଧାର କାର୍ଡ଼ ବିଲକୁଲ ସୁରକ୍ଷିତ ରହିବ । ତେବେ ଆସନ୍ତୁ ଜାଣିବା ଆଧାର କାର୍ଡ଼କୁ କିପରି କରିବେ ଲକ୍ ?

ଆଧାର କାର୍ଡ଼ ତିଆରି କିରବା ସମୟରେ ଫିଙ୍ଗରପ୍ରିଣ୍ଟ ଓ ଚକ୍ଷୁ ପଟଳର ସ୍କାନକୁ ସରକାର ଷ୍ଟୋର କରିଥାଆନ୍ତି । ଆଧାର କାର୍ଡ଼ର ଭେରିଫିକେସନ ବା ପ୍ରମାଣ ପାଇଁ ଏହାର ବ୍ୟବହାର ହୁଏ । ଏହି ଡାଟାକୁ ଆପଣ ଘରେ ବସି ଲକ୍ କରିପାରିବେ । ଏଥିପାଇଁ ୟୁଆଇଡ଼ିଏଆଇ ୱେବସାଇଟ୍ ଯାଆନ୍ତୁ । ଏଥିରେ ଲକ୍/ଅନଲକ୍ ବାୟୋମେଟ୍ରିକରେ କ୍ଲିକ୍ କରନ୍ତୁ । ଏହାପରେ ଏବେ ଆପଣଙ୍କୁୁ ଲକ୍ ଇୟର ବାୟୋମେଟ୍ରିକର ଅପ୍ସନ ଦେଖାଯିବ । ଏହା ତଳେ ଆପଣଙ୍କ ୧୨ ଅଙ୍କର ଆଧାର ନମ୍ବର ଦିଅନ୍ତୁ । ଏହି ପ୍ରକ୍ରିୟା ପରେ ଆପଣଙ୍କ ମୋବାଇଲକୁ ଏକ ଓଟିିପି ଆସିବ ।

ଏହାପରେ ଏକ ପେଜ୍ ଖୋଲିବ । ଓଟିିପି ବାରରେ ଓଟିପି ଦେଇ ଭେରିଫାଏ ଉପରେ କ୍ଲିକ୍ କରନ୍ତୁ । ତା’ପରେ ଏନାବଲ୍ ବାୟୋମଟ୍ରେିକ୍ ଲକିଂଙ୍କୁ ଚେକ୍ କରନ୍ତୁ । ଏନାବେଲ ବାୟେମାମେଟ୍ରକକୁ ଚେକ୍ କରିବା ପରେ ଏନାବଲରେ କ୍ଲିକ୍ କରନ୍ତୁ । ଯଦି ଆପଣ ଲକ୍ ଡିଜାବଲ କରିବା ପାଇଁ ଚାହାନ୍ତି ତେବେ ବାୟମେଟ୍ରିକ ଲକକୁ ଅନଚେକ କରନ୍ତୁ । ଆଉ ପୁଣି ଡିଜାବଲ କରିଦିଅନ୍ତୁ । ଏହି ପ୍ରକାରରେ ଆପଣ ନିଜର ଡାଟାକୁ ସୁରକ୍ଷିତ ରଖିବା ପାଇଁ ବାୟମୋମେଟ୍ରିକ ଡାଟା ଲକ/ଅନଲକ୍ କରିପାରିବେ । ସୂଚନାଯେଗ୍ୟା ବାୟେମଟ୍ରେକି ଡାଟା ଲକ କରିବା ପରେ ଆଧାର ଉପରେ ଆଧରିତ ଟ୍ରାନଜାକ୍ସନ କେବଳ ମୋବାଇଲ ନମ୍ବରରେ ପଠାଯାଇଥିବା ଓଟିପି ଜରିଆରେ ଭେରିଫାୟ ବା ଚିହ୍ନଟ ହେବ ।