ୱିକିପିଡିଆରେ ନିଜ ପ୍ରୋଫାଇଲ୍ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି କିନ୍ତୁ ଅନଭିଜ୍ଞ ଥିବା ଯୋଗୁଁ କରିପାରୁନଥିଲେ , ଏହି ଖବରଟିକୁ ପଢି ଅସୁବିଧାକୁ ଦୂର କରନ୍ତୁ । 

128

ୱିକିପିଡିଆ ହେଉଛି ଏଭଳି ଏକ ୱେବସାଇଟ୍ ଯେଉଁଠାରେ ବଡ ବଡ ବ୍ୟକ୍ତିତ୍ୱ ଏବଂ ସବୁ ଜିନିଷ ବିଷୟରେ ବିସ୍ତୃତ ବିବରଣୀ ମିଳିଯାଏ । ଏଥିରେ ବିଭିନ୍ନ ପ୍ରକାର ଲେଖା ଥାଏ ଯେଉଁଥିରେ ଯେ କୌଣସି ବ୍ୟକ୍ତି ନିଜ ବିଷୟରେ ହେଉ କିମ୍ବା କୌଣସି ସ୍ଥାନ ହେଉ ସବୁ ବିଷୟରେ ଲେଖିପାରିବ ଏବଂ ତାକୁ ଏଡିଟ୍ ମଧ୍ୟ କରିପାରିବ । ଯଦି ଆପଣ ମଧ୍ୟ ୱିକିପିଡିଆରେ ଆପଣଙ୍କ ବିଷୟରେ ହେଉ କିମ୍ବା ଅନ୍ୟ କିଛି ଯଦି ଲେଖିବା ପାଇଁ ଚାହୁଁଛନ୍ତି ତେବେ ଖୁବ୍ ସହଜରେ ନିଜ ଲେଖା ଲେଖିପାରିବେ । ତେବେ ଆପଣଙ୍କୁ କହିରଖୁଛୁ ଏଥିପାଇଁ ଆପଣଙ୍କୁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ । ଏଥିପାଇଁ ଆପଣଙ୍କୁ ୱିକିପିଡିଆରେ ଏକ ଆକାଉଣ୍ଟ ଖୋଲିବାକୁ ପଡିବ । ଯେଉଁଥିପାଇଁ ଆପଣଙ୍କୁ କିଛି ଟିପ୍ସ ଫଲୋ କରିବାକୁ ପଡିପାରେ ।

୧ . ଆକାଉଣ୍ଟ୍ ଖୋଲିବା ପୂର୍ବରୁ ଆପଣଙ୍କୁ wikipedia create account link କୁ ଯିବାକୁ ପଡିବ ।

୨ . ଏଥିରେ ଆପଣଙ୍କୁ ନିଜ ୟୁଜର୍ ନାଁ ଦେବାକୁ ପଡିବ ତାହା ବି ଆଉ କାହାର ନାଁ ଦେବାକୁ ପଡିବ ।

୩ . ଏହାପରେ ଏଥିରେ ପାସୱାର୍ଡ ଦେବାକୁ ପଡିବ । ଏହା ନ୍ୟୁମେରିକାଲ୍ କିମ୍ବା ଆଲ୍ଫାବେଟ୍ ହେବା ଦରକାର ।

୪ . କନଫର୍ମରେ ମଧ୍ୟ ଆପଣଙ୍କୁ ଉକ୍ତ ପାସୱାର୍ଡ ଦେବାକୁ ପଡିବ ।

୫ . ଏବେ ଏଥିରେ ନିଜ ଇମେଲ୍ ଆଡ୍ରେସ୍ ଦିଅନ୍ତୁ ।

୬ . କାପ୍ ଚା ରେ ଇମେଜ୍ କୁ ଟେକ୍ସ ୱର୍ଡକୁ ସଠିକ୍ ତରିକାରେ ଖାଲି ସ୍ଥାନରେ ପକାନ୍ତୁ ।

 

୭ . ଏହାପରେ create my account ଉପରେ କ୍ଲିକ୍ କରନ୍ତୁ । ଆକାଉଣ୍ଟ୍ ପ୍ରସ୍ତୁତ ହୋଇଯିବ ।

୮ . ୱିକିପିଡିଆର କୌଣସି ପେଜ୍ କୁ ଯାଇ ସେଠାରେ ୟୁଆରଏଲ୍ ଲେଖାଥିବା ଭାଗକୁ ହାଇଲାଇଟ୍ କରନ୍ତୁ  ।

୯ . ଏଥିରେ ଆପଣ ଯାହାର ନାଁ କୁ ଆଡ୍ କରିବାକୁ ଚାହାଁନ୍ତି କରନ୍ତୁ ଏବଂ ଏଣ୍ଟର ସ୍ୱିଚ୍ ଦବାନ୍ତୁ ।

୧୦ . ଏଥିରେ ଆର୍ଟିକଲ୍ ଆରମ୍ଭ କରିବା ପାଇଁ “ଲେଖା ଆରମ୍ଭ କରନ୍ତୁ” ଏକ ଅପ୍ସନ ଥିବ ଏହା ଉପରେ କ୍ଲିକ୍ କରିବାକୁ ପଡିବ ଇମେଜ୍ ଆଡ୍ କରିବାକୁ ପେଜ୍ ଉପରେ ଟୁଲବାର୍ ଇନ୍ସର୍ଟ ଉପରେ କ୍ଲିକ୍ କରନ୍ତୁ । ଏହାପରେ ମିଡିଆ ଉପରେ କ୍ଲିକ୍ କରନ୍ତୁ । ଏଥିରେ ଯେଉଁ ବ୍ୟକ୍ତିଙ୍କ ଫଟୋ ଦେବାକୁ ଚାହାଁନ୍ତି ସର୍ଚ୍ଚ କରି ଦେଇପାରିବେ ।

୧୧ . ୱିକିପିଡିଆରେ ଧ୍ୟାନ ଦେଲା ଭଳି କଥା ହେଉଛି ଏଥିରେ ଇମେଜ୍ ସେହି ବ୍ୟକ୍ତିଙ୍କ ଲଗାନ୍ତୁ ଯାହାର ଫଟୋ କପିରାଇଟ୍ ପରମିଶନ୍ ନେଇଥିବ । ଏଡିଟ୍ ପାଇଁ ଦକ୍ଷିଣ ପଟେ ଏକ ଏଡିଟ୍ ଅପ୍ସନ୍ ଥିବ ଏଥିରୁ ଆପଣ ଲେଖାକୁ ଠିକ୍ କରିପାରିବେ । ଏବେ ସେଭ୍ କରିଦିଅନ୍ତୁ ଆପଣଙ୍କ ଆର୍ଟିକଲ୍ ଛପିଯିବ ।