କେଶ ପାଇଁ ଟନିକ୍ ଅଦା ! ସଠିକ୍ ବ୍ୟବହାର ବିଭିନ୍ନ ସମସ୍ୟାରୁ ଦିଏ ମୁକ୍ତି

119

ଅଦାକୁ ସାଧାରଣତଃ ଆମେ ଖାଦ୍ୟ ବା ମସଲା ଭାବରେ ବ୍ୟବହାର କରିଥାଉ । ଏହା ସହ ଅନ୍ୟାନ୍ୟ ସ୍ୱସ୍ଥ୍ୟଗତ ସମସ୍ୟାରୁ ମଧ୍ୟ ରକ୍ଷା କରିଥାଏ । ତେବେ କଣ ଆପଣ ଜାଣନ୍ତି କେଶ ଜାତୀୟ ସମସ୍ୟାରୁ ମଧ୍ୟ ମୁ୍କ୍ତି ଦେଇଥାଏ ଅଦା । କେଶକୁ ଝଡିବାରୁ ରକ୍ଷାକରିବା ସହ ବଢିବାରେ ସାହାଯ୍ୟ କରିଥାଏ । ତେବେ ଜାଣନ୍ତୁ କେମିତି କରିବେ ବ୍ୟବହାର ।

• ଏକ ଚାମଚ ଅଦା ପେଷ୍ଟ ସହ ଏକ ଚାମଚ ଅଲିଭ୍ ତେଲ କିମ୍ବା ନଡିଆ ତେଲ ମିଶାନ୍ତୁ । କେଶ ମୂଳରେ ଧୀରେ ଧୀରେ ଏହି ମିଶ୍ରଣକୁ ଲଗାନ୍ତୁ । ୩୦ ମିନିଟ୍ ପରେ ସାମ୍ପୋରେ ମୁଣ୍ଡ ଧୋଇଦିଅନ୍ତୁ । ସପ୍ତାହକୁ ଏପରି ଦୁଇ ଥର କଲେ କେଶ ଝଡିବା କମିଥାଏ ।

• ଦୁଇ ଚାମଚ ଅଦା ରସ ସହ ୩ ଚାମଚ୍ ରାଶି ତେଲ ଏବଂ ଅଧା ଚାମଚ ଲେମ୍ବୁ ରସ ମିଶାନ୍ତୁ । ଏହି ପେଷ୍ଟକୁ କେଶ ମୂଳରେ ଲଗାଇ ୩୦ମିନିଟ ପରେ ଧୋଇ ଦିଅନ୍ତୁ । ଏହିପରି ସପ୍ତାହକୁ ଦୁଇ ଥର କଲେ କେଶ ସମସ୍ୟାରୁ ମୁକ୍ତି ମିଳିଥାଏ ।

• ୧ ଚାମଚ ଅଦା ରସ , ଅଧା କପ୍ କଟା ଯାଇଥିବା କାକୁଡି , ଏକ ଚାମଚ୍ ନଡିଆ ତେଲ ଏବଂ ଏକ ଚାମଚ ତୁଳସୀ ପତ୍ର ରସ ମିଶାଇ ପେଷ୍ଟ ତିଆରି କରନ୍ତୁ । ଏହି ମିଶ୍ରଣକୁ କେଶ ମୂଳରେ ଭଲ ଭାବରେ ମାଲିସ୍ କରି ୩୦ ମିନିଟ ପରେ ଧୋଇ ଦିଅନ୍ତୁ ।

• ଦୁଇ ଚାମଚ ଅଦା ରସ ସହ ଏକ ଚାମଚ ପିଆଜ ରସ ମିଶାଇ କେଶ ମୂଳରେ ଲଗାନ୍ତୁ । ୨୦ ମିନିଟ୍ ପରେ ସାମ୍ପୋ କରି ଦିଅନ୍ତୁ । ଏହିପରି ସପ୍ତାହକୁ ତିନି ଥର କଲେ କେଶ ମୂଳ ମଜଭୂତ ହେବା ସହ ବଢିଥାଏ ।

• ଏକ ଚାମଚ ଅଦା ରସ ସହ କିଛି ସଜନା ଶାଗର ଗୁଣ୍ଡ ମିଶାଇ କେଶ ମୂଳରେ ଲଗାନ୍ତୁ । ଏହି ମିଶ୍ରଣକୁ ଲଗାଇ ୫ – ୧୦ ମିନିଟ ପରେ କେଶ ଧୋଇ ଦିଅନ୍ତୁ ।