ଚର୍ମରେ ହେଉଥିବା ଆଲର୍ଜି ପାଇଁ ଚିନ୍ତିତ କି? ତେବେ ଏହି ଘରୋଇ ଉପାୟରେ ଆଲର୍ଜି କରନ୍ତୁ ଦୂର 

408

ଅନେକ ଲୋକ ଚର୍ମର ଆଲର୍ଜିରେ ଗ୍ରସ୍ତ ଥାନ୍ତି । ଆଲର୍ଜି ହେବାର ଅନେକ କାରଣ ହୋଇଥାଏ । ଯେମିତି କି, ଧୂଳି, ମାଟି, ପ୍ରଦୂଷଣ, ଔଷଧ, ସଂକ୍ରମଣ କାରଣରୁ ହୋଇଥାଏ । ଚର୍ମ ଆଲର୍ଜି କାରଣରୁ ଚର୍ମ କୁଣ୍ଡେଇ ହେବ. ନାଲି ପଡିଯିବା, ଫୁଲିଯିବା ଆଦି ସମସ୍ୟା ହୋଇଥାଏ । ଏହାକୁ ଅଣଦେଖା କରନ୍ତୁନି । ଘରୋଇ ଉପାୟରେ ଏହାକୁ ଠିକ୍ କରନ୍ତୁ ।

ଏଲୋଭେରା : ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି-ଇମଫ୍ଲେମେଟ୍ରି ଗୁଣ ଥାଏ । ଯାହା ଚର୍ମର ଆଲର୍ଜିକୁ କମ୍ କରେ ।

ଦଲିୟା : ଏଥିରେ ଭିଟାମିନ୍ ଥାଏ । ଯାହା ଚର୍ମ ପାଇଁ ଲାଭକାରୀ ହୋଇଥାଏ ।

ଲେମ୍ବୁ : ଲେମ୍ବୁର ବ୍ୟବହାର ଚର୍ମ ଆଲର୍ଜି ସମୟରେ ବହୁତ ଲାଭକାରୀ ହୋଇଥାଏ । ଏଥିରେ ଆଣ୍ଟି-ସେପ୍ଟିକ୍ ଓ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଥାଏ ।

ବେକିଙ୍ଗ ସୋଢ଼ା : ଏହା ଆଣ୍ଟି -ଆଲର୍ଜି ଭଳି କାମ କରେ । ଏହାକୁ ହାଲକା ଗରମ ପାଣିରେ ମିଶାଇ ପ୍ରଭାବିତ ସ୍ଥାନରେ ଲଗାନ୍ତୁ ଓ ୩୦ ମିନିଟ୍ ରଖି ଧୋଇ ନିଅନ୍ତୁ ।