ନୂଆ ବର୍ଷରେ ପ୍ରଥମ ଦିନରେ ଭାରତରେ ଜନ୍ମ ହେଲେ ସବୁଠାରୁ ଅଧିକ ଶିଶୁ, ଜାଣନ୍ତୁ  କେଉଁ ଦେଶ ଦ୍ୱିତୀୟ ସ୍ଥାନରେ ଅଛି 

497

ନୂଆ ବର୍ଷର ପ୍ରଥମ ଦିନରେ ସବୁଠାରୁ ଅଧିକ ଶିଶୁ ଜନ୍ମ କରିବା ମାମଲାରେ ଭାରତ ପ୍ରଥମ ନମ୍ବରରେ ଅଛି । ଭାରତରେ ଜାନୁୟାରୀ ୧ ରେ ପାଖାପାଖି ୬୯ହଜାର ୯୪୪ ଶିଶୁ ଜନ୍ମ ନେଇଛନ୍ତି । ଏହାର ଅର୍ଥ ସାରା ଦୁନିଆର ୧୮ ପ୍ରତିଶତ ଶିଶୁଙ୍କ ଜନ୍ମ ଭାରତରେ ହୋଇଛି ।

UNICEF ମୁତାବକ, ନୂଆ ବର୍ଷର ପ୍ରଥମ ଦିନରେ ଶିଶୁ ଜନ୍ମ କରିବା ମାମଲାରେ ଚୀନ ଦ୍ୱିତୀୟ ସ୍ଥାନରେ ଅଛି । ସେଠି ସବୁଠାରୁ ଅଧିକ ଶିଶୁ ଜନ୍ମ ନେବେ ମାମଲାରେ ଭାରତ ଏକ ନମ୍ବରରେ ରହିଛି। ଯେଉଁଠାରେ ୬୯ହଜାର ୯୪୪ ଶିଶୁଙ୍କ ଜନ୍ମ ହେବା କଥା କୁହାଯାଉଛି।  ଚୀନରେ ୪୪ହଜାର, ୯୪୦ଶିଶୁ ଜନ୍ମ ନେଇଛନ୍ତି । ସେହିପରି ତୃତୀୟ ନମ୍ବରରେ ଥିବା ନାଇଜେରିଆରେ ନୂଆ ବର୍ଷର ପ୍ରଥମ ଦିନରେ ୨୫ ହଜାର ୬୮୫ ଶିଶୁ ଜନ୍ମ ନେଇଛନ୍ତି ।