ଡେଙ୍ଗା ହେବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କିଛି ଟିପ୍ସ

143

ପ୍ରଥମ କଥା ଜାଣି ରଖନ୍ତୁ, ଏପରି କୌଣସି ବୟସ ନାହିଁ,  ଯେଉଁ ବୟସ ପରେ ଆପଣଙ୍କ ଉଚ୍ଚତା ଆଉ ବଢିପାରିବ ନାହିଁ ।  ଆପଣଙ୍କ ଉଚ୍ଚତାକୁ ନେଇ ଚିନ୍ତିତ କି ? ଚିନ୍ତା କରନ୍ତୁ ନାହିଁ, ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା ଆପଣଙ୍କ ଉଚ୍ଚତା ବଢିପାରିବ ।

 ଜାଣନ୍ତୁ ନିଜ ଘରେ ପ୍ରାକୃତିକ ଉପାୟରେ କିପରି ନିଜର ଉଚ୍ଚତା ବଢାଇବେ  :

୧.ସୁସ୍ଥ ବ୍ରେକଫାଷ୍ଟ ଖାଆନ୍ତୁ :

ଦିନର  ସବୁଠୁ ମହତ୍ତ୍ୱପୂର୍ଣ୍ଣ ଭୋଜନ  ହେଉଛି ବ୍ରେକ ଫାଷ୍ଟ । ଏହା ଅନେକ ଗୁରୁତ୍ୱ ବହନ କରେ । ତେଣୁ  ନିୟମିତ ବ୍ରେକଫାଷ୍ଟ କରନ୍ତୁ । ନଚେତା ଏହା ଆପଣଙ୍କ ଉଚ୍ଚତା ଉପରେ ପ୍ରଭାବ ପକାଇପାରେ । ନିୟମିତ ଭାବେ ବ୍ରେକଫାଷ୍ଟ ନକରିଲେ ଆପଣଙ୍କ ଶରୀରର ବିକାଶ ଠିକ ଭାବେ ହୋଇନଥାଏ । ଫଳରେ ଆପଣଙ୍କ ଉଚ୍ଚତା କମ ଦେଖାଯାଇଥାଏ ।

୨.ଉଚ୍ଚତା କମାଉଥିବା  ଫ୍ୟାକ୍ଟରରୁ ଦୂରେଇ ରୁହନ୍ତୁ : 

ମଦ, ସିଗାରେଟ ଓ ଡ୍ରଗ୍ସ ଆପଣଙ୍କ ସ୍ୱାସ୍ଥ୍ୟ ବିକାଶରେ  ସହାୟକ ହେବା ବଦଳରେ  ଯୁବ ବୟସରେ ଆପଣଙ୍କ ଖାଦ୍ୟ ଉପରେ ପ୍ରଭାବ ପକାଇଥାଏ । ତା ସହ ନିୟମିତ ଅଧିକ କଫି ପିଇବା ଦ୍ୱାରା ଆପଣଙ୍କ ଉଚ୍ଚତାକୁ ପ୍ରଭାବିତ କରିଥାଏ । ଆଲକହଲ ଓ  ଧୂମ୍ରପାନ ଦ୍ୱାରା ଆପଣଙ୍କ ଶରୀରରେ ବିକାଶ ଠିକ ଭାବେ ହୋଇନଥାଏ ।

 ୩. ଭଲ ଭାବେ ଶୁଅନ୍ତୁ : 

ଶୋଇବା  ସମୟରେ ଗ୍ରୋଥ ହରମୋନ ଶରୀରରୁ  ବାହାରିଥାଏ ।  ସ୍ୱାସ୍ଥ୍ୟର ବିକାଶ ପାଇଁ  ଭଲ ଭାବେ ଶୋଇବା ନିହାତି ଜରୁରୀ । ଦୈନିକ ଆଠ ଘଂଟା ଶୋଇବା ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ।  ସୁସ୍ଥ ନିଦ୍ରା ପାଇଁ ସବୁବେଳେ ଚେଷ୍ଟା କରନ୍ତୁ  ।

୪.  ସ୍ୱାସ୍ଥ୍ୟକର ଖାଦ୍ୟ :

 ସ୍ୱାସ୍ଥ୍ୟକର ଖାଦ୍ୟ ଶରୀର ବୃଦ୍ଧି ପାଇଁ ନିତାନ୍ତ ଜରୁରୀ ।  ଆପଣଙ୍କ ଖାଦ୍ୟରେ ଉପଯୁକ୍ତ ଭିଟାମିନ, ପ୍ରୋଟିନ ରଖନ୍ତୁ  ଯାହା ଆପଣଙ୍କ ବିକାଶରେ ସହାୟକ ହେବ । ଆପଣଙ୍କ ଶରୀର  ଦରକାର ଅନୁଯାୟୀ ଆପଣ ନ୍ୟୁଟ୍ରିଏଂଟ ଖାଇପାରିବେ । ୫.ସଠିକ ମୁଦ୍ରା:ବସିବା ଓ ଠିଆହେବା ଆପଣଙ୍କ ଉଚ୍ଚତାକୁ  ପ୍ରଭାବିତ କରିପାରେ ।   ସଠିକ ଭାବେ ବସିବା ଓ ଠିଆ ହେବା ଦ୍ୱାରା  ଉଚ୍ଚତା ୬ଇଂଚ ପର୍ଯ୍ୟନ୍ତ ବଢିପାରେ ।  ସବୁବେଳେ ସିଧା ହୋଇ ବସନ୍ତୁ  ଓ ଠିଆ ହୁଅନ୍ତୁ ।