ଜାଣି ରଖନ୍ତୁ ଦଲିଆ ଖାଇବାର କିଛି ଉପକାରୀ ଏବଂ ଅପକାରୀ ଗୁଣ ବିଷୟରେ

36

ପ୍ରତିଦିନ ସକାଳେ ଜଳଖିଆ ଖାଇବା ସମସ୍ତମଙ୍କର ଏକ ଭଲ ଅଭ୍ୟାସ ଏବଂ ଏହାକୁ ଠିକ୍ ସମୟରେ ଖାଇବା ମଧ୍ୟ ଦରକାର । ଯାହା ଦ୍ୱାରା ସ୍ୱାସ୍ଥ୍ୟ ଠିକ୍ ରହିଥାଏ ଏବଂ କୌଣସି ଅସୁବିଧା ହୁଏ ନାହିଁ । ତେବେ ସମସ୍ତଙ୍କର ଭିନ୍ନ ଭିନ୍ନ ରୁଚି ରହିଥାଏ,କିନ୍ତୁ କିଛି ଲୋକ ଦଲିଆ ଖାଇବାକୁ ଖୁବ ପସନ୍ଦ କରନ୍ତି ଏବଂ ଏହା କେତେକ କ୍ଷେତ୍ରରେ ଲାଭବାନ ହୋଇଥାଏ । ସମସ୍ତେ ଏହାର ଭଲ ଗୁଣ ବିଷୟରେ ଜାଣିଛନ୍ତି, କିନ୍ତୁ ଏହାର କେତେକ ଅବଗୁଣ ମଧ୍ୟ ରହିଛି, ଯାହାକୁ ଜାଣିବା ନିହାତି ଆବଶ୍ୟକ । କାରଣ ଏହାକୁ ଅଧିକ ଖାଇବା ଦ୍ୱାରା ସ୍ୱାସ୍ଥ୍ୟକୁ କେତେକ କ୍ଷତି ପହଂଚିଥାଏ ।

 ଦଲିଆ ଶରୀରର ସମସ୍ତ ପୋଷକ ତତ୍ତ୍ୱକୁ ପୂରଣ କରିଥାଏ । ପ୍ରତିଦିନ ସକାଳେ ଦଲିଆ ଖାଇବା ଦ୍ୱାରା ସାରା ଦିନ ତାଜା ଅନୁଭବ ହୋଇଥାଏ । କିନ୍ତୁ ଏହାର ଫାଇଦା ସହିତ କେତେକ କ୍ଷତି ମଧ୍ୟ ହୋଇଥାଏ ।

ଦଲିଆକୁ ଅଧିକ ଫାଇବର ଯୁକ୍ତ ଖାଦ୍ୟ ଭାବେ ଗ୍ରହଣ କରାଯାଏ । ଏହାକୁ ଗ୍ରହଣ କରିବା ଦ୍ୱାରା ବେଳେ ବେଳେ ଶରୀର ଫୁଲି ଯାଇଥାଏ । ଏହା ବ୍ୟତୀତ ଗ୍ୟାସ୍ ହୋଇଥାଏ ଏବଂ କଷ୍ଟ ମଧ୍ୟ ହୋଇଥାଏ । ତେଣୁ ଦଲିଆକୁ ଖାଇବା ସମୟରେ ତାହାର ପରିମାଣ ପ୍ରତି ଧ୍ୟାନ ଦେବା ଦରକାର ।