ପ୍ଲାଷ୍ଟିକ ଗ୍ଲାସରେ ପାଣି ପିଉଛନ୍ତି କି ? ଜାଣନ୍ତୁ ଏହା ଶରୀର ପ୍ରତି କେତେ କ୍ଷତିକାରକ । 

53

କୁହାଯାଏ ଜଳ ହିଁ ଜୀବନ । ଆଉ ଏହି ଜଳ ଆମର ଦୈନନ୍ଦିନ ଜୀବନରେ ଏକ ପ୍ରମୂଖ ଭୂମିକା ଗ୍ରହଣ କରେ । ଯେତେବେଳେ ଆମେ ଘରୁ ବାହାରକୁ ଯାଇଥାଉ ତ ଯେଉଁଠି ଯେଉଁ ପାଣି ମିଳିଲା , ତାହା ପିଇଦେଉ । ହେଲେ ଏପରି କରିବା ଅନୁଚିତ । କାରଣ ଏଥିରେ ଆମର ସ୍ୱାସ୍ଥ୍ୟ ବିଗିଡିପାରେ । ଆଉ ଆମକୁ ଜଣାଥାଏ ଯେ ବାହାର ପାଣି ସଫା ହୋଇନଥାଏ । ଏଥିପାଇଁ ଆମେ ଚେଷ୍ଟା କରିଥାଉ ପାଣିକୁ ପ୍ୟାକିଂ ବୋତଲ କିଣି ପିଇବାକୁ । କିନ୍ତୁ ଯଦି ଆପଣ ପିଉଥିବା ପାଣି ବା ଚା’ ଗ୍ଲାସ୍ ସଫା ନଥିବ । ଜାଣନ୍ତୁ ଏହା କେତେ ଘାତକ ହେବ ସ୍ୱାସ୍ଥ୍ୟ ପାଇଁ । ଏଣୁ ଯେବେ ବି ଆପଣ ବାହାରେ ପାଣି ପିଉଛନ୍ତି ତ ଏଥିରେ ସାବଧାନ ହେବା ନିହାତି ଜରୁରୀ । ଏହା ଅନେକ ରୋଗର କାରଣ ମଧ୍ୟ ସାଜିଥାଏ।

୧ – ଅନେକ ଥର ଆମର ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଆମକୁ ଲାଗେ କି ବାହାରର ଖାଦ୍ୟ ଖାଇବା ଯୋଗୁଁ ଏପରି ହୋଇଛି । କିନ୍ତୁ ଅସଲ କଥା ଯେ, କେବଳ ଖାଦ୍ୟରେ ନୁହେଁ ଖେଉଥିବା ବାସନ ଯୋଗୁଁ ବି ହୋଇପାରେ । ଆପଣ ଯେବେ ବି ଡିସ୍ପୋଜଲ ଗ୍ଲାସ୍ ରେ ପିଉଛନ୍ତି , ଦେଖିବେ ସେ ସହଜରେ ପରସ୍ପର ଠାରୁ ଅଲଗା ହୋଇଯାନ୍ତି । ସୂଚନା ଯେ, ଏଥିରେ ମେସିନ ଦ୍ୱାରା ପତଳାର ମହମ ପରସ୍ତ ଲଗାଯାଇଥାଏ । ଏଥିପାଇଁ ଯେ, ସେ ସହଜରେ ପରସ୍ପର ଠାରୁ ଅଲଗା ହୋଇଯିବ ।

୨ – ଯେବେ ବି ଆମେ ସେଥିରେ ପାଣି ବା ଚା’ ଢାଳି ପିଉଛେ , ସେ ମହମ ତରଳି ସେଥିରେ ମିଶିଯାଏ । ଏବଂ ଡିସ୍ପୋଜଲ୍ ର କେମିକାଲ ଆମର ଶରୀରରେ ପହଁଚି ଘାତକ ସାବ୍ୟସ୍ତ ହୋଇଥାଏ । ଏହା କେତେ ମାରାତ୍ମକ ଏଥିରୁ ଅନୁମାନ କରନ୍ତୁ । କିନ୍ତୁ ଆମେ ଏହାକୁ ଜାଣି ବି ଅଜଣା ହେଉଛେ ।

କେମିତି ଜାଣିବେ ଗ୍ଲାସରେ ମହମ ରହିଛି ?

ଆପଣ ପିଉଥିବା ପ୍ଲାଷ୍ଟିକ ଗ୍ଲାସରେ ମହମ ଅଛି ନା ନାହିଁ ଜାଣିବାକୁ ଚେଷ୍ଟା କରନ୍ତୁ । ଗ୍ଲାସରେ ଯେମିତି ଆପଣ ଆଙ୍ଗୁଠି ଘୁରାଇବେ , ସେମିତି ଆପଣଙ୍କର ଆଙ୍ଗୁଠି ଚିକ୍କଣ ହୋଇଯିବା ଏହି ଚିକ୍କଣ ପଦାର୍ଥ ମହମ ହୋଇଥାଏ । ଏଥିରୁ ଅନୁମାନ କରନ୍ତୁ ଆମେ କେତେ ଘାତକ ଜିନିଷରେ ନିତ୍ୟ ଦରକାରୀ ଜଳକୁ ପିଉଛେ । ଆଉ ଯାହା ଆମର ଶରୀରର ସବୁ ଅଙ୍ଗରେ ମିଶୁଛି । ସେହି ଜଳ ବିଷାକ୍ତ ହୋଇ ଯାଉଛି ।