ପ୍ରେମରେ ପଡିଲା ଭୂତ ! ଶାରୀରିକ ସଂପର୍କ ପରେ ଯୁବତୀ ହେଲେ ଗର୍ଭବତୀ

64

ବେଳେ ସାମ୍ନାକୁ ଏମିତି କିଛି ଘଟଣା ଆସିଥାଏ ଯାହା ନା କେବଳ ଆଶ୍ଚର୍ଯ୍ୟଜନକ ହୋଇଥାଏ ବରଂ ବିଶ୍ୱାସ କରିବା ମଧ୍ୟ କଷ୍ଟକର ହୋଇଥାଏ । କାରଣ ଏସବୁ ଶୁଣିଲେ ଲାଗେ ‘ସତରେ କଣ ଏମିତି ଘଟଣା ଘଟିଥାଏ’ । ସେମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ହରିଦ୍ୱାରରେ । ଜଣେ ୨୬ବର୍ଷୀୟା ଯୁବତୀକୁ ପ୍ରେମ କରି ବସିଛି ଏକ ଭୂତ ।

କେବଳ ସେତିକି ନୁହେଁ , ରାଜସ୍ଥାନ ପତ୍ରିକାରେ ପ୍ରକାଶିତ ଖବର ଅନୁଯାୟୀ ଭୂତଟି ଶାରୀରିକ ସଂପର୍କ ରଖିବା ଦ୍ୱାରା ଯୁବତୀ ଜଣକ ଯାଆଁଳା ପିଲା ମଧ୍ୟ ଜନ୍ମ କରିଛନ୍ତି । ହେଲେ ଘଟଣାଟି ସେତିକିରେ ସରି ନାହିଁ । କାରଣ ଜନ୍ମ ହେବା ପରେ ଭୂତଟି ପିଲାମାନଙ୍କୁ ନେଇ ଚାଲିଯାଇଛି ।

ତେବେ ଘଟଣାଟି ସେତେବେଳେ ପ୍ରଘଟ ହେଲା ଯେତେବେଳେ ଯୁବତୀ ଜଣକ ନିଜ ପିଲାମାନଙ୍କୁ ଖୋଜିବା ପାଇଁ ପୁଲିସ୍ ପାଖରେ ଗୁହାରୀ କରିଥିଲେ । ପୁଲିସ୍ ଅନୁଯାୟୀ, ପୀଡିତା ଜଣକ ହେଉଛନ୍ତି ଜଣେ ଇଂଜିନିୟରିଂ ଛାତ୍ରୀ । ଏବଂ ସେ ନିଜ ସହ ହୋଇଥିବା ଏହି ଘଟଣାକୁ ବର୍ଣ୍ଣନା କରି ଏକ ଡାଏରୀରେ ଲେଖିଛନ୍ତି । ତେବେ ଯୁବତୀ ଜଣକ ସତ କହୁଛନ୍ତି ନାଁ ସେ ଜଣେ ମାନସିକ ବିକାରଗ୍ରସ୍ତ ଏଯାଏଁ ସ୍ପଷ୍ଟ ହୋଇନାହିଁ ।