ଆଇଏଏସ କନ୍ୟାଙ୍କ ଗୋ-ପ୍ରୀତି । ଆମେରିକାରେ ବଢିଲେ । ହେଲେ ଭାରତ ଆସି ଚାଷୀ ହୋଇଗଲେ ବୈଷ୍ଣବୀ । 

72

ପାଠ ପଢିବା ସହ ନିଜର ମାନସିକତାରେ ପରିବର୍ତନ ଆସିବା କଥା ।  ଯୁବ ସମାଜ ଚାକିରୀ ପଛରେ ନଗୋଡେଇ  ନୂଆ କିଛି କରିବାର ଶପଥ ନେଲେ ନିଜେ ଭଲ ରୋଜଗାର କରିବା ସହ ଅନ୍ୟମାନଙ୍କ ଜୀବନରେ ହସ ଦେଇପାରିବେ । ଠିକ ବୈଷ୍ଣବୀଙ୍କ ପରି । ଆଜି ବି ଚାଷ ନାଁ ଶୁଣିଲେ ଅନେକ ଲୋକ ଘୃଣାକରନ୍ତି, ଆଉ ଶିକ୍ଷିତ ଯୁବକ -ଯୁବତୀଙ୍କ କଥା ଛାଡନ୍ତୁ । କିନ୍ତୁ ଚାଷ ବିନା ମଣିଷ ବଂଚିବା ସମ୍ଭବ ନୁହେଁ ଜାଣି ବି  ଆମସମାଜ  ଜଣେ ଚାଷୀ ଓ ଚାଷକୁ ସମ୍ମାନ ଦେବାକୁ ଉଚିତ ଭାବେ ନାହିଁ ।

କିନ୍ତୁ ଜଣେ ଆଇଏଏସ ଅଫିସରଙ୍କ ଝିଅ, ଆମେରିକାରେ ପଢି ଓ ବଢି  ଭାରତ ଫେରି ନିଜକୁ କୃଷିକ୍ଷେତ୍ରରେ ସାମିଲ କରିଛନ୍ତି । ତା ସହ ସେ ଥିଲେ ଆମେରିକାର ଜଣେ ପେଷାଗତ ଗଲ୍ଫ ଖେଳାଳି । ଉତ୍ତରପ୍ରଦେଶ ଲକ୍ଷ୍ନୈାର ଝିଅ ବୈଷ୍ଣବୀ ସିହ୍ନା ତାହେଲେ କାହିଁକି କୃଷି ପ୍ରତି ଆଗ୍ରହ ଦେଖାଇଲେ । ବୈଷ୍ଣବୀ ଲକ୍ଷ୍ନୈାରେ ୧୯୯୦ ମସିହା ଡିସେମ୍ବର ୬ରେ  ଜନ୍ମ ହୋଇଥିଲେ ।ତାଙ୍କ ବାପା ଆଲୋକ ସିହ୍ନା ଜଣେ ଆଇଏଏସ ଅଧିକାରୀ ଓ ମାଆ ପ୍ରୀତି ସୁଗୃହିଣୀ । ବୈଷ୍ଣବୀଙ୍କର ଦୁଇ ଭଉଣୀା ତାଙ୍କ ସାନ ଭଉଣୀ  ବି ନିଜର ଷ୍ଟାର୍ଟଅଫ କମ୍ପାନୀ ଖୋଲିଛନ୍ତି ।

ବହୁତ ଭଲ ପାଠ ପଢୁଥିଲେ ବୈଷ୍ଣବୀ । ନୋଇଡା ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲରୁ ୨୦୦୮ରେ ଷ୍ଟାଣ୍ଡାର୍ଡ୧୨ ପାଶ କରିଥିଲେ । ତାପରେ ଉଚ୍ଚଶିକ୍ଷା ପାଇଁ ଚିକାଗୋ ଯାଇଥିଲେ । ସେଠାରେ ୫ବର୍ଷ ଖେଳିବା ସହ ଗଲ୍ଫ ଖେଳାଳି ଭାବେ ନିଜକୁ ପ୍ରତିଷ୍ଠିତ କରାଇଥିଲେ । ଗ୍ରାଜୁଏସନ ସରିବା ପରେ ଆମେରିକାରେ ୨ବର୍ଷ ପେଷାଗତ ଭାବେ ଗଲ୍ଫ ଖେଳିଥିଲେ । ସୁଦୂର ଆମେରିକାରେ ତାଙ୍କ ଚିନ୍ତାଧାରା ସେଠାକାର ପରିବେଶ ସହ ଖାପଖୁଆଇନଥିଲା । ବାଧ୍ୟହୋଇ ୨୦୧୫ରେ ଫେରିଥିଲେ ଭାରତ । ଦିନେ ପରିବାର ସହ ଖାଉଥିବା ବେଳେ ତାଙ୍କ ବାପାଙ୍କ ଉପଦେଶ  ତାଙ୍କ ଜୀବନର ମୋଡ ବଦଳାଇ ଦେଇଥିଲା ।

ଆଉ ସେ ବାପାଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ । ନୋଇଡା ପାଖରେ ବୈଷ୍ଣବୀଙ୍କ ବାପା ୪୦ଏକର ଜମି ରଖିଥିଲେ । ତାଙ୍କ ବାପାଙ୍କର ଦେଶୀ ଗାଇ ପାଳିବା ବହୁତ ପସନ୍ଦ ଥିଲା । ତେଣୁ ସେ ଗାଇ କିଣି ବେପାର କରିବା ଆରମ୍ଭ କରିଦେଇଥିଲେ । ତାପରେ ୨୦୧୭ରେ ୧୦ଟି ଗାଇ କିଣିଥିଲେ । ବର୍ତମାନ ତାଙ୍କ ପାଖରେ ୨୧ଟି ଗାଇ ଅଛନ୍ତି । ପ୍ରତିଦିନ ୫୦ରୁ ୬୦ ଲିଟର କ୍ଷୀର ପାଉଛନ୍ତି ଏଭିତରେ ବୈଷ୍ଣବୀ  ବିନା ଖର୍ଚ୍ଚରେ ଜୈବିକ ଖତ ପ୍ରସ୍ତୁତ କରୁଛନ୍ତି । ଦେଶୀ ଗାଇ ଗୋବରରୁ ଖତ ତିଆରି କରି  ବିନାଖର୍ଚ୍ଚରେ  ପ୍ରାକୃତିକ ଖତ ପ୍ରସ୍ତୁତ କରିପାରୁଛନ୍ତି । ନୂଆବର୍ଷରେ ନୂଆଲକ୍ଷ୍ୟ ରଖିଛନ୍ତି ବୈଷ୍ଣବୀ  । ୨୦୧୮ରେ ୧୨୦ ଗାଇ ରଖିବା ସହ ବାର୍ଷିକ ୧.୪ କୋଟି ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ଆଇଏଏସ ଅଧିକାରୀଙ୍କ ସୁକନ୍ୟା ବୈଷ୍ଣବୀ ।