ସରକାରଙ୍କ ବିମୁଦ୍ରାକରଣ ନିଷ୍ପତିର ପ୍ରଭାବ : ୧୬ ଦିନ ପରେ ଚମକିଲା ସୁନାଚାନ୍ଦି ବଜାର

32

କନକ ବ୍ୟୁରୋ : କମିଲା ସୁନା ଦର । ଦିଲ୍ଲୀରେ ୧୬ଦିନ ଯାଏଁ ସୁନା ଓ ରୁପା ବଜାର ବନ୍ଦ ହେବା ପରେ ସୋମବାର ବଜାର ଖୋଲିଛି । ୧୦ଗ୍ରାମ ସୁନା ପିଛା ଦର ୧ହଜାର ୭୫୦ଟଙ୍କା କମିଛି । ସେହିପରି ରୁପା କିଲୋଗ୍ରାମ ପିଛା ୩ହଜାର ଶହେ ଟଙ୍କା ଶସ୍ତା ପାଇଛି । ସୁନାର ମୂଲ୍ୟ ୨୯ହଜାର ୪ଶହ ଟଙ୍କା ଥିବାବେଳେ ରୁପାର ଦର ୪୧ହଜାର ୬ଶହ ଟଙ୍କା ରହିଛି ।

ଘରୋଇ ବଜାରରେ ୯୯.୯ପ୍ରତିଶତ ଏବଂ ୯୯.୫ପ୍ରତିଶତ ଶୁଦ୍ଧତାବିଶିଷ୍ଟ ସୁନା ମୂଲ୍ୟରେ ୧ହଜାର ୭୫୦ଟଙ୍କା ଲେଖାଏଁ କମିଛି । ୧୦ଗ୍ରାମ ପିଛା ଉଭୟର ମୂଲ୍ୟ ୨୯ହଜାର ୪ଶହ ଓ ୨୯ହଜାର ୨୫୦ଟଙ୍କାକୁ ଖସିଆସିଛି । ସରକାରଙ୍କ ବିମୁଦ୍ରାକରଣ ନିଷ୍ପତି ପରେ କେତେକ ଗହଣା ବ୍ୟବସାୟୀ ଲୋକଙ୍କ କଳାଧନକୁ ଧଳା କରିବା ଅଭିଯୋଗ ହୋଇଥିଲା ।

ଫଳରେ ଆୟକର ବିଭାଗ ଲଗାତର ଭାବେ ବିଭିନ୍ନ ସୋ’ରୁମରେ ଚଢାଉ କରିଥିଲା । ଟିକସ ଖିଲାପ କରିଥିବା ସନ୍ଦେହରେ ଦେଶ ବ୍ୟାପୀ ସୁନା ସୋ’ରୁମ୍ ଗୁଡିକରେ ରେଡ ହୋଇଥିଲା । ଚଢଉ ପରେ ପରେ ନଭେମ୍ବର ୧୧ତାରିଖରୁ ବଡ ବଡ ସୁନା ଦୋକାନ ବନ୍ଦ ଥିଲା । ନଭେମ୍ବର ୧୦ରେ ସୁନା ମୂଲ୍ୟ ୧୦ଗ୍ରାମ ପିଛା ୩୧ହଜାର ୧୫୦ଟଙ୍କା ଥିବାବେଳେ ରୁପା ଦର ୪୪ହଜାର ୭ଶହ ଟଙ୍କା ଥିଲା ।