୧୩୦୦ ଟଙ୍କାରେ ବିଦେଶ ବୁଲନ୍ତୁ ! ଗୋ-ଏୟାର ଏୟାରଲାଇନ୍ସ କମ୍ପାନୀର ମୌସୁମୀ ଅଫର ।

46

ଜେଟ୍ ଇନ୍ଧନ ଦାମ୍ ବଢିବା ପରେ ଯେଉଁଠି କିଛି ଏୟାରଲାଇନ୍ସ କମ୍ପାନୀ ଟିକଟର ଦାମ୍ ବଢାଇବାରେ ଲାଗିଛନ୍ତି ସେଠାରେ ଗୋ-ଏୟାର ଏୟାରଲାଇନ୍ସ କମ୍ପାନୀ ମୌସୁମୀ ଅଫର ନେଇଆସିଛି । ଜୁନ୍ ୫ ତାରି୍ଖରୁ ଏହି ଅଫର ଆରମ୍ଭ ହୋଇସାରିଛି । ଏହି ଅଫର ଅନୁସାରେ କେବଳ ୧୨୯୯ ଟଙ୍କାରେ ଆପଣ ବିଦେଶ ଭ୍ରମଣ କରିପାରିବେ ।

କିନ୍ତୁ ଏହି ଅଫର୍ କେବଳ ୨ ଦିନ ପାଇଁ ରହିଅଛି । ୫ ରୁ ୭ ଜୁନ୍ ମଧ୍ୟରେ ଏହି ଅଫର୍ ରହିଛି । ଏହି ଦୁଇ ଦିନ ଭିତରେ ଟିକଟ ବୁକ୍ କରିହେବ । ଅଫରରେ ଆପଣ ୨୪ ଜୁନ୍ ଠାରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ଲେନରେ ଯାତାୟତ କରିବାର ଲାଭ ଉଠାଇ ପାରିବେ ।

ଆପଣ ଯଦି ଏହି ଅଫରର ଲାଭ ଉଠାଇବାକୁ ଚାହାନ୍ତି ତେବେ ଯଥାଶୀଘ୍ର ଟିକଟ ବୁକ୍ କରିଦିଅନ୍ତୁ । ଏହାର କାରଣ ହେଉଛି ଏହି ଅଫର “ପ୍ରଥମେ ଆସ ପ୍ରଥମେ ପାଅ” ସ୍କିମର ଆଧାରରେ ଚାଲିଛି । କିନ୍ତୁ ଧ୍ୟାନ ରଖନ୍ତୁ ଯଦି ଆପଣ ଟିକଟ ବୁକ୍ କରୁଛନ୍ତି ଏବଂ ପରମୁହୂର୍ତ୍ତରେ ଟିକଟ କ୍ୟାନସେଲ୍ କରୁଛନ୍ତି ତେବେ ଆପଣ ପୁନର୍ବାର ଏହାର ରିଫଣ୍ଡ ଫେରି ପାଇବେ ନାହିଁ । ଏହି ଟିକଟ ନନ୍-ରିଫଣ୍ଡେବଲ୍ ଏବଂ ନନ୍ ଟ୍ରାନ୍ସଫରେବଲ୍ । ଗୋ-ଏୟାର କମ୍ପାନୀରୁ ଟିକଟ ବୁକ୍ କରିବା ପାଇଁ ଆପଣଙ୍କୁ ଏହାର ୱେବସାଇଟକୁ ଯିବାକୁ ପଡିବ । ଏହି ୱେବସାଇଟ୍ https://www.goair.in/promotions/monsoon-offer/ ଦ୍ୱାରା ଆପଣ ଟିକଟ ଏବଂ ଟିକଟ ସମ୍ବନ୍ଧୀୟ ତଥ୍ୟ ପାଇପାରିବ ।