ସାଙ୍ଗ ନୁହେଁ ତ ସୈତାନ ! ଫ୍ରେଣ୍ଡସିପ୍ ଡେ ପାଳନ ବାହାନାରେ ନାବାଳିକାଙ୍କୁ ଡାକି ନେଇ ଦୁଷ୍କର୍ମ କଲେ ଦୁଇ ପୁରୁଷ ବନ୍ଧୁ

32

ମହାରାଷ୍ଟ୍ରର ଥାନେରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି । ରବିବାର ଫ୍ରେଣ୍ଡସିପ୍ ଡ଼େ ଅବସରରେ ଘଟିଛି ଏହି ଘଟଣା । ଫ୍ରେଣ୍ଡସିପ୍ ଡ଼େ ପାଳନ କରିବା ବାହାନାରେ ଜଣେ ୧୬ବର୍ଷିୟ ନାବାଳିକାକୁ ଘରୁ ଡ଼ାକି ନେଇ ତା’ର ଦୁଇ ଜଣ ସାଙ୍ଗ ତା’ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ ଦୁଇ ଜଣ ଅପରାଧୀକୁ ଗିରଫ କରି ନେଇଛି ଡ଼ୋମ୍ବିଭିଲି ପୁଲିସ ।

ସୂଚନା ମୁତାବକ, ରବିବାର ସନ୍ଧ୍ୟାରେ ପୀଡ଼ିତାଙ୍କୁ ତାଙ୍କ ଦୁଇ ଜଣ ସାଙ୍ଗ ଫ୍ରେଣ୍ଡସିପ୍ ଡ଼େ ପାଳନ କରିବା ବାହାନାରେ ଘରୁ ଡ଼ାକି ନେଇଥିଲେ । ଘରୁ ବାହାରିବା ପରେ କୌଣସି ରେସ୍ତୋରାଁ ଯିବା ପରିବର୍ତ୍ତେ ଦୁଇ ଅଭିଯୁକ୍ତ ପୀଡ଼ିତାଙ୍କୁ ନେଇ ଏକ ଜନଶୂନ୍ୟ ଅଞ୍ଚଳରେ ଥିବା ଘରକୁ ନେଇ ଯାଇଥିଲେ । ଦୁଇ ଜଣ ମିଶି ଗଣଦୁଷ୍କର୍ମ କରିବା ସହ କାହାକୁ କହିଲେ ପରିସ୍ଥିତି ଭୟାବହ ହେବ ବୋଲି ଧମକ ଦେଇ ଘର ଆଗରେ ଛାଡ଼ି ଦେଇଥିଲେ । କିନ୍ତୁ ପୀଡ଼ିତା ନ ଡ଼ରି ନିଜ ସହ ହୋଇଥିବା ଅପରାଧର ଅଭିଯୋଗ ଡ଼ୋମ୍ବିଭିଲି ପୁଲିସ ଷ୍ଟେସନରେ କରିଥିଲେ, ଯାହା ପରେ ତଦନ୍ତ କରି ଦୁଇ ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ ।