ଶେଷରେ ଗିରଫ ହେଲେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜି. ଜନାର୍ଦ୍ଦନ ରେଡ୍ଡୀ

ଖଣି ମାଲିକ ଜି. ଜନାର୍ଦ୍ଦନ ରେଡ୍ଡୀ ଗିରଫ

111

କନକ ବ୍ୟୁରୋ : ଖଣି ମାଲିକ ତଥା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜି. ଜନାର୍ଦ୍ଦନ ରେଡ୍ଡୀଙ୍କୁ ଆଜି କେନ୍ଦ୍ରୀୟ କ୍ରାଇମ ବ୍ରାଞ୍ଚ ଗିରଫ କରିଛି । ପ୍ରାୟ ୬୦୦ କୋଟି ଟଙ୍କାର ବେଆଇନ ଅର୍ଥ କାରବାର ଓ ଠକେଇ ଅଭିଯୋଗରେ ତାଙ୍କୁ ଘଣ୍ଟା ଘଣ୍ଟା ଧରି ପଚରା ଉଚୁରା କରିବା ପରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଭରଷା ଯୋଗ୍ୟ ପ୍ରମାଣ ଥିବା କେନ୍ଦ୍ରୀୟ କ୍ରାଇମ ବ୍ରାଞ୍ଚର ଅତିରିକ୍ତ କମିଶନର ଆଲୋକ କୁମାର କହିଛନ୍ତି । ରେଡ୍ଡୀଙ୍କ ଛଡା ତାଙ୍କ ଘନିଷ୍ଠ ସହଯୋଗୀ ମେହଫୁଜ ଅଲ୍ଲୀ ଖାଁ କହିଛନ୍ତି । ମନି ଲଣ୍ଡରିଂ, ପ୍ରମାଣ ନଷ୍ଟ ଉଦ୍ୟମ ଓ ବେଆଇନ ଅର୍ଥ କାରବାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଇଡି ଅଧିକାରୀମାନଙ୍କୁ ହାତରେ ରଖିବାକୁ ଆମ୍ବିଡାଣ୍ଟ ମାର୍କେଟିଂଠାରୁ ପ୍ରାୟ ୫୭ କିଲୋଗ୍ରାମ ସୁନା ( ମୂଲ୍ୟ ୧୮ କୋଟି) ନେଇଥିବା ତାଙ୍କ ବିରୋଧରେ ପ୍ରମାଣ ରହିଥିବା ସିସିବି କହିଛି ।

ତେବେ ମିଳିଥିବା ସୂଚନା ଅନୁସାରେ ଆଜି କର୍ଣ୍ଣାଟକରେ ଜନାର୍ଦନଙ୍କୁ ଦୁର୍ନୀତି ମାମଲାରେ ପୋଲିସ ଜେରା କରିଥିଲା । ସେ କିନ୍ତୁ ଏହାକୁ ରାଜନୀତିକ ଷଡଯନ୍ତ୍ର କହି ଖଣ୍ଡନ କରିଥିଲେ । ପୋଲିସର କହିବାନୁସାରେ ଫେରାର ଥିବା ଜନାର୍ଦନ ନିଜ ଓକିଲଙ୍କ ସହାୟତାରେ ସିବିସି କାର୍ଯ୍ୟାଳୟ ପହଁଚିଥିଲେ । ଏହା ପୂର୍ବରୁ ସେ ସିବିସି ନିକଟରେ ହାଜର ହେବେ ବୋଲି ଭିଡିଓ ଜାରି କରିଥିଲେ ।  ସିବିସି କାର୍ଯ୍ୟାଳୟ ପହଁଚିବା ପରେ ଏହା ଏକ ରାଜନୈତିକ ଷଡଯନ୍ତ୍ର ହୋଇଥିବା ଜନାର୍ଦନ କହିଥିଲେ । ଏହା ପୂର୍ବରୁ ଏକ ଭିଡିଓ ଜାରି କରି ସେ କହିଥିଲେ ଯେ ସେ ପଳାୟନ କରୁନାହାନ୍ତି । ସହର ବାହାରେ ଅଛନ୍ତି । ସେ କିଛି ଭୁଲ କରିନାହାନ୍ତି । ପଳାୟନ କରିବା ପାଇଁ କୌଣସୀ ଆବଶ୍ୟକତା ନାହିଁ । ପୋଲିସ ପାଖରେ ମଧ୍ୟ କୌଣସୀ ପ୍ରମାଣ ନାହିଁ । ଗଣମାଧ୍ୟମ ସମସ୍ତଙ୍କୁ ବିଭ୍ରାନ୍ତ କରୁଥିବା ସେ ଅଭିଯୋଗ କରିଛନ୍ତି ।