ଭଜା ବାଦାମ ଖୁବ୍ ଲାଭଦାୟୀ ଅଟେ : ଏହାକୁ ଖାଇବା ଦ୍ୱାରା ନିୟନ୍ତ୍ରଣରେ ରହେ ରକ୍ତଚାପ !

139

ବାଦାମ ଆମ ସ୍ୱାସ୍ଥ୍ୟ ପାଇଁ ଗୁଣକାରୀ ଅଟେ । ଏହା ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟକୁ ଅନେକ ଫାଇଦା ମିଳିଥାଏ । କିନ୍ତୁ ଆପଣ ମାନେ ଜାଣିନ୍ତି କି ଯଦି ବାଦାମକୁ ଭାଜିକି ଖାଇବେ ତେବେ ଏହା ଶରୀର ପାଇଁ ଦୁଇଗୁଣ ଲାଭଦାୟକ ଅଟେ । ଆସନ୍ତୁ ଜାଣିବା ଭଜା ବାଦାମର ଲାଭଦାୟକ ଗୁଣ ।

• ଯଦି ଆପଣ ବଢ଼ୁଥିବା ଶରୀରର ଓଜନ ପାଇଁ ଅଧିକ ଚିନ୍ତାରେ ଅଛନ୍ତି ଏବଂ ଶରୀର ଓଜନ କମ୍ କରିବାକୁ ଚାହୁଁଛନ୍ତି, ତେବେ ନିୟମିତ ବାଦାମକୁ ଭିଜାଇ ପରେ ଭାଜିକି ଖାଆନ୍ତୁ, ଏମିତି କରିବା ଦ୍ୱାରା ଶରୀରର ଓଜନ ସହଜରେ କମିବାରେ ଲାଗିଥାଏ । ଏହା ବ୍ୟତୀତ ଯଦି ଆପଣ ନିୟମିତ ୨ଟି କିମ୍ବା ୩ଟି ବାଦାମ ଖାଉଛନ୍ତି ତେବେ ଆପଣଙ୍କର ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ହ୍ରାସ ହୋଇଥାଏ ।

• ଭଜା ବାଦାମରେ ଅଧିକ ମାତ୍ରାରେ ମିନେରାଲ, ଭିଟାମିନ, ଡ଼ାଇଟରି ଫାଇବର ମିଳିଥାଏ । ଯାହା ଆମ ମସ୍ତିସ୍କକୁ ସତେଜ ରଖିବାରେ ସହାୟକ ହୋଇଥାଏ ଏବଂ ଭଜା ବାଦାମ ଖାଇଲେ ଆମ ତ୍ୱଚା ଉଜ୍ଜଳ ହୋଇଥାଏ ।

• ପେଟ ପାଇଁ ମଧ୍ୟ ଭଜା ବାଦାମ ସେବନ କରିବା ଅଧିକ ଲାଭଦାୟକ ଅଟେ । ନିୟମିତ ଖାଲି ପେଟରେ ଭଜା ବାଦାମ ଖାଇବା ଦ୍ୱାରା ଅମ୍ଳଜାନରୁ ଶରୀର ପଯ୍ୟନ୍ତ ପହଁଚୁଥିବା ଏଂଜାଇମ୍ ସୁସ୍ଥ ରହିଥାଏ । ଯାହା ଦ୍ୱାରା ପେଟରେ କୌଣସି ସମସ୍ୟା ଦେଖା ଦେଇନଥାଏ ।

• ଯଦି ଆପଣ ନିୟମିତ ୨ରୁ ୩ଟି ଭଜା ବାଦାମ ଖାଉଛନ୍ତି ତେବେ ଆପଣଙ୍କ କୋଲେଷ୍ଟରେଲ୍ ମାତ୍ରା ନିୟନ୍ତ୍ରଣରେ ରହିଥାଏ । ଏହା ବ୍ୟତୀତ ଭଜା ବାଦାମ ହୃଦୟ ପାଇଁ ମଧ୍ୟ ଲାଭଦାୟକ ଅଟେ, ଭଜା ବାଦାମ ଖାଇବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ ।