ଫ୍ରାଇଡେ ରିଲିଜରେ ପରଦାକୁ ଆସିଛି “ଏମଏସ ଧୋନି – ଦି ଅନଟୋଲ୍ଡ ଷ୍ଟୋରି’

69

ଆଜି ରିଲିଜ ହୋଇଛି ଚର୍ଚ୍ଚିତ ବାୟୋପିକ୍ ଏମଏସ ଧୋନି – ଦି ଅନଟୋଲ୍ଡ ଷ୍ଟୋରି । ଏଥିରେ ମୁଖ୍ୟ ଭୂମିକାରେ ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୟ ରହିଥିବାବେଳେ ଅନ୍ୟାନ୍ୟ ପ୍ରମୁଖ ଭୂମିକାରେ ଅନୁପମ ଖେର, ଭୂମିକା ଚାୱାଲା, କିଆରା ଆଡବାଣୀ ଓ ଦିଶା ପଟାନୀ ଅଭିନୟ କରିଛନ୍ତି । ଜଣେ ଟିକଟ କଲେକ୍ଟରରୁ ବିଶ୍ୱ ଚାମ୍ପିଅନ ହେବାର ଯାତ୍ରାରା କାହାଣୀ ଏଥିରେ ପ୍ରଦର୍ଶିତ ହୋଇଛି । ଫିଲ୍ମକୁ ନେଇ ବେଶ୍ କିଛି ଦିନ ହେଲା ଧୋନୀଙ୍କ ଫ୍ୟାନ ମଧ୍ୟରେ କ୍ରେଜ ଲାଗି ରହିଥିଲା । ବିଗତ ଦିନରେ ଖେଳାଳିଙ୍କ ଜୀବନୀକୁ ନେଇ ନିର୍ମିତ ଫିଲ୍ମ ବେଶ୍ ସଫଳତା ହାସଲ କରିଛି । ପ୍ରଯୋଜନା ସଂସ୍ଥା ଏହି ଫିଲ୍ମଟି ସଫଳ ହେବ। ନେଇ ଆଶା ରଖିଛନ୍ତି । ସୁଶାନ୍ତଙ୍କ ଅଭିନୟ ଏହି ଫିଲ୍ମରେ ଚମତ୍କାର ହୋଇଥିବା ନେଇ ଚର୍ଚ୍ଚା ହେଉଛି ।