କୋଇଲା ଦୁର୍ନୀତିରେ ଫସିଲେ ପୂର୍ବତନ ସିବିଆଇ ମୁଖ୍ୟ ରଞ୍ଜିତ ସିହ୍ନା ! ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

51

କନକ ବ୍ୟୁରୋ : କୋଇଲା ଦୁର୍ନୀତିରେ ଫସିଲେ ପୂର୍ବତନ ସିବିଆଇ ମୁଖ୍ୟ ରଞ୍ଜିତ ସିହ୍ନା । ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । କୋଲ୍ ବ୍ଲକ୍ ଆବଂଟନ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ରଞ୍ଜିତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ଆଜି ଏନେଇ ବିଚାରପତି ଏମ ବି ଲୋକୁରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ତାଙ୍କ ରାୟରେ ଏହି ନିର୍ଦ୍ଦେଶ ଦେଇଛନ୍ତି । ଖଣ୍ଡପୀଠ ପକ୍ଷରୁ କୁହାଯାଇଛି ରଞ୍ଜିତ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ସହ ତାଙ୍କ ପଦବୀର ଅପବ୍ୟବହାର କରିଥିବାର ବହୁ ପ୍ରମାଣ ମିଳିଛି ।

ତେଣୁ ସିବିଆଇ ପକ୍ଷରୁ ବର୍ତ୍ତମାନ କୋଲ ବ୍ଲକ୍ ଆବଂଟନ ନେଇ ଯେଉଁ ତଦନ୍ତ ଚାଲିଛି ସେହି ତଦନ୍ତରେ ରଞ୍ଜିତଙ୍କୁ ପରିସରଭୁକ୍ତ କରାଯିବ । ଖଣ୍ଡପୀଠ ବର୍ତମାନର ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ରଞ୍ଜିତ ସିହ୍ନାଙ୍କ ତଦନ୍ତ କରିବା ପାଇଁ ଏସଆଇଟି ଗଠନ କରାଯାଉ । ଯଦି ସିବିଆଇ ନିର୍ଦ୍ଦେଶକ ଉଚିତ ମନେ କରନ୍ତି ତେବେ ଏହି ଏସଆଇଟିରେ ସିଭିସିଙ୍କୁ ମଧ୍ୟ ସାମିଲ କରିପାରିବେ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି ।