ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ! ମୋଦିଙ୍କ ପାଇଁ ଓଡିଆ ଫ୍ଲେବର

93

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କାର୍ଯ୍ୟକାରିଣୀରେ ସାମିଲ ହେବାକୁ ଆସୁଥିବା ନେତା ମାନଙ୍କୁ ଓଡିଆ ଖାଦ୍ୟ ପରସାଯିବ । ବିଜେପି ପକ୍ଷରୁ ମିଳଥିବା ସୂଚନା ଅନୁସାରେ ଖାଦ୍ୟ ତାଲିକାରେ ପଣସ କଠା ତରକାରୀ, ଚକୁଳି ପିଠା ,ସନ୍ତୁଳା, ବଡିଚୁରା ସାଙ୍ଗକୁ ଶାଗମୁଗ ରହିଛି । ଓଡିଶାର ଅତିପ୍ରିୟ ପୋଡପିଠା, କେନ୍ଦ୍ରାପଡା ରସାବଳି, ଆରିଷା, ଛେନାଝିଲ୍ଲୀ ମଧ୍ୟ ପରସା ଯିବ । ଅତିଥି ମାନଙ୍କୁ ଅଧିକରୁ ଅଧିକ ନିରାମିଷ ଓ ଓଡିଆ ଘରର ଖାଦ୍ୟ ଦେବାକୁ ବ୍ୟବସ୍ଥା କରା ଯାଇଥିବା ସୂଚନା ରହିଛି ।

ତା’ଛଡା ସକାଳେ ଖାଇବା ପୂର୍ବରୁ ଗରମ ପାଣି ଓ ମହୁ ମିଳିବ । ଜଳଖିଆ ଖାଇ ସାରି ପଇଡ ପାଣି ମଳିବ । ଏହାସହ ୫୦୦ ଅତିଥିଙ୍କ ପାଇଁ ଖାଇବା ବ୍ୟବସ୍ଥା ମଧ୍ୟ ହୋଇଛି । କାର୍ଯ୍ୟକାରିଣୀ ବୈଠକରେ ସାମିଲ ହେବେ ୩୦୦ରୁ ଅଧିକ ଅତିଥି । ତା’ସହ ୧୫୦ରୁ ଅଧିକ ସୁରକ୍ଷା କର୍ମୀ । ସମସ୍ତ କର୍ମୀଙ୍କ ଖାଇବା ବ୍ୟବସ୍ଥା ମେ ଫେୟାର ଉପରେ ନ୍ୟସ୍ତ କରାଯାଇଛି । ଏଥିପାଇଁହୋଟେଲ ପକ୍ଷରୁ ସଭାସ୍ତଳର ଦକ୍ଷିଣ ଦିଗରେ ବ୍ୟବସ୍ଥା କରାଯାଇଛି ।