ଆଖିରୁ ଚଷମା ହଟେଇବାକୁ ଚାହୁଁଛନ୍ତି କି ? ନିତି ଖାଆନ୍ତୁ ଏହି ୬ ଟି ଖାଦ୍ୟ

101

ଆଜିକା ସମୟରେ ଅନେକ ଲୋକ ଆଖି ସମସ୍ୟା ଯୋଗୁଁ ଚଷମା ପିନ୍ଧିଥିବାର ଦେଖାଯାଇଥାଏ । ଏମିତି ହେବାର ପ୍ରମୂଖ କାରଣ ଆମର ଜୀବନଶୈଳୀ । ଦିନରେ ୮ରୁ ୧୦ଘଣ୍ଟା ଆମେ କପ୍ୟୁଟର ସ୍କ୍ରିନ୍ ପାଖରେ ବସି ବିତାଇଥାଉ । ଏଥିପାଇଁ ଆମର ଆଖିକୁ ଆରାମ ମିଳିନଥାଏ । ଗୋଟେ ପଟେ ଆଖିକୁ ଆରାମ ତ ମିଳିନଥାଏ ଏବଂ ଅନ୍ୟପଟେ ଅବସାଦ ବଢିଯାଇଥାଏ । ଆମର ଖାଦ୍ୟରୁ ବି ଏମିତି କିଛି ପୋଷଣ ଆଖି ପାଇପାରିନଥାଏ । ଏଣୁ ଆଖିକୁ ସୁସ୍ଥ କେମିତି ରଖିବା ? ନିତି ୬ଟି ଖାଦ୍ୟକୁ ଯଦି ଖାଇବା ତ ଆଖି ସମସ୍ୟାରୁ ମୁକ୍ତି ପାଇପାରିବା ।

୧ – ଆଖି ପାଇଁ ଅଁଳା ଖୁବ୍ ଉପଯୋଗୀ ଅଟେ । ଏହା ଆଖି ପାଇଁ ବରଦାନ ସଦୃଶ । ଏଥିରେ ଥିବା ତତ୍ତ୍ୱ କଣିକା ଆଖିର ରଶ୍ମିକୁ ବର୍ଷ ବର୍ଷ ଧରି ରଖିଥାଏ । ଆପଣ ଚାହିଁଲେ କଂଚା ଅଁଳାକୁ ନିଜର ଡାଏଟିଂରେ ସାମିଲ୍ କରିପାରିବେ । ଏହାଛଡା ସକାଳେ ଖାଲି ପେଟରେ ଅଁଳା ରସ ପିଇବା ବା ଏହାର ମୁରବା ଖାଇବା ଖୁବ୍ ଲାଭକର ଅଟେ ।

୨ – ଅଳେଇଚ ଶରୀରର ତାପମାତ୍ରାକୁ ସନ୍ତୁଳିତ କରି ରଖେ । ଏହାର ନିୟମିତ ସେବନରେ ଆଖିକୁ ଥଣ୍ଡା ଅନୁଭୂତ ହୋଇଥାଏ ଏବଂ ଆଖିର ରଶ୍ମି ବଢିବାରେ ସାହାଯ୍ୟ କରେ ।

୩ – ସବୁଜ ପନିପରିବାକୁ ଡାଏଟିଂରେ ସାମିଲ୍ କରନ୍ତୁ । ଏଥିରେ ପ୍ରଚୁର ପରିମାଣରେ ଆଇରନ ଥାଏ । ଆଖିକୁ ସୁସ୍ଥ ରଖିବାରେ ଏହା ଖୁବ୍ ଫଳପ୍ରଦ ହୋଇଥାଏ ।

୪ – ଅଖରୋଟରେ ଓମେଗା ୩ ଫ୍ୟାଟି ଏସିଡ୍ ମିଳିଥାଏ । ଅଖରୋଟରେ ଥିବା ଭିଟାମିନ୍-ଇ ଓ ଫ୍ୟାଟି ଏସିଡ ଆଖି ପାଇଁ ଖୁବ୍ ଜରୁରୀ ଅଟେ । ଏଣୁ ଡାଏଟିଂରେ ଏହାକୁ ସାମିଲ କରନ୍ତୁ ।

୫ – ଗାଜର ଜୁସ୍ ପିଇବା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଭଲ । ଏବଂ ଏହା ଆଖି ପାଇଁ ବହୁତ ଲାଭପ୍ରଦ ମଧ୍ୟ । ପ୍ରତିଦିନ ଏକ ଗ୍ଲାସ୍ ଗାଜର ଜୁସ୍ ପିଇବା ଦ୍ୱାରା ଆଖିରେ ଚଷମା ଲଗାଇବାକୁ ପଡିନଥାଏ ।

୬ – ବାଦାମକୁ ଭିଜାଇ ଖାଇବା ଦ୍ୱାରା ଏହା ଆଖିର ରଶ୍ମିକୁ ବଢାଇଥାଏ । ଆଖି ସୁସ୍ଥ ରହିଥାଏ । ଏଣୁ ପ୍ରତିଦିନ ଏହି ସବୁ ଜିନିଷକୁ ଖାଦ୍ୟରେ ସାମିଲ କରନ୍ତୁ ।                      (ସୈାଜନ୍ୟ – ଆଜତକ୍ )

ଏହାସହ ମଧ୍ୟ ପଢନ୍ତୁ – ଶସ୍ତା ଇଣ୍ଟରନେଟ୍ ଡାଟା ଖରାପ କରେ ସ୍ୱାସ୍ଥ୍ୟ ! ଜାଣନ୍ତୁ କେମିତି ?