ପାକିସ୍ତାନରେ ହିନ୍ଦୁ ମହିଳା ରଚିଲେ ଇତିହାସ : ସମସ୍ତଙ୍କୁ ପଛରେ ପକାଇ ହେଲେ ପ୍ରଥମ ମହିଳା ସିନେଟର

50

କନକ ବ୍ୟୁରୋ: ମୁସଲିମ ବହୁଳ ଦେଶରେ ପ୍ରଥମ ଥର ଜଣେ ହିନ୍ଦୁ ମହିଳା ସିନେଟର ହୋଇ ରଚିଲେ ଇତିହାସ । ଏହି ପଦ ପାଇଁ ସେ ୧୨ ଜଣ ପ୍ରାର୍ଥୀଙ୍କୁ ହରାଇଛନ୍ତି । ଏହି ମହିଳାଙ୍କ ନାମ ହେଉଛି କୃଷ୍ଣା କୋହଲୀ । ସତ୍ତାରୁଢ଼ ପାକିସ୍ତାନ ପିପୁଲ୍ସ ପାର୍ଟି ଅଳ୍ପ ସଂଖ୍ୟକଙ୍କ ପାଇଁ ଏକ ସିନେଟର ସିଟରେ ତାଙ୍କୁ ନାମିତ କରାଯାଇଥିଲା ଓ ସେଥିପାଇଁ ମାର୍ଚ୍ଚ ୩ କୁ ନିର୍ବାଚନ ହୋଇଥିଲା । ଏହି ନିର୍ବାଚନରେ କୃଷ୍ଣା ବିଜୟୀ ହୋଇଥିଲେ । ତାଙ୍କ ଜିତିବା ଖବର ସାମ୍ନାକୁ ଆସିବା ପରେ ସୋଶିଆଲ ମିଡିଆରେ ତାଙ୍କ ପାଇଁ ଅଭିନନ୍ଦନର ସୁଅ ଛୁଟିଲା ।

କୋହଲୀ ସିନ୍ଧ ଅଂଚଳରେ ଥାରର ନଗରପାରକର ଜିଲ୍ଲ୍ାର ଦୁରୁସ୍ଥ ଗ୍ରାମର ନିବାସୀ । ପାଖାପାଖି ୧୬ ବର୍ଷ ବୟସରେ ତାଙ୍କୁ ବାହା କରି ଦେଇଥିଲେ । ସେଥିପାଇଁ ତାଙ୍କ ପାଠ ପଢ଼ା ଅଧାରେ ରହିଯାଇଥିଲା । କିନ୍ତୁ ବିବାହ ପରେ କୃଷ୍ଣାଙ୍କ ସ୍ୱାମୀ ତାଙ୍କୁ ସମଥଁନ କରି ଆଗକୁ ପଢ଼ିବାକୁ ସୁଯୋଗ ଦେଲେ । କୃଷ୍ଣା ବର୍ଷ ୨୦୦୫ ରେ ସାମାଜିକ କାର୍ଯ୍ୟରେ ଯୋଗ ଦେଲେ । ତାଙ୍କ ପରିଶ୍ରମକୁ ଦେଖି ତାଙ୍କୁ ୨୦୦୭ରେ ଇସଲାମାବାଦରେ ଆୟୋଜିତ ତୃତୀୟ ମେହରଗଢ଼ ମାନବାଧିକାର ନେତୃତ୍ୱ ପ୍ରଶିକ୍ଷଣ ଶିବିର ପାଇଁ ବଛା ଯାଇଥିଲା । ତାପରେ ସେ ମାନବାଧିକାର କାର୍ଯ୍ୟକର୍ତ୍ତା ରୂପେ ପାକିସ୍ତାନରେ ବଡ ଚେହେରା ରୂପେ ଉଭା ହେଲେ ।

ସୁଚନାଯୋଗ୍ୟ, ସିନେଟର କୃଷ୍ଣା କୋହଲୀ ପ୍ରଥମ ହିନ୍ଦୁ ସିନେଟର ହେଲେ ବି ପ୍ରଥମ ଦଳିତ ସିନେଟର ନୁହଁନ୍ତି । ପ୍ରଥମ ଅଣ ମୁସଲମାନ ସିନେଟରକୁ ନାମକରଣ କରିବାର ଶ୍ରେୟ କେବଳ ପିପିପି ପାଖରେ ଅଛି, ଯିଏକି ୨୦୦୯ରେ ଏକ ଦଳିତ ଡା. ଖାଟୁମଲ ଜୀବନକୁ ସାମାନ୍ୟ ସିଟରୁ ସିନେଟର ବାଛିଥିଲେ । ବର୍ଷ ୨୦୧୫ରେ ମଧ୍ୟ ଦଳିତ ଇଂଜିନିୟର ଜ୍ଞାନୀଚାନ୍ଦଙ୍କୁ ସିନେଟର ସ୍ଥିର କରାଯାଇଥିଲା । ତାଙ୍କୁ ପାକିସ୍ତାନ ପିପୁଲ୍ସ ପାର୍ଟି ସାମାନ୍ୟ ସିଟରୁ ବାଛିଥିଲା ।