ହଳଦିଆ ଦାନ୍ତକୁ ଦିଅନ୍ତୁ ନୂଆ ଚମକ ! ଜାଣନ୍ତୁ ଘରୋଇ ଉପଚାର ଦ୍ୱାରା କିପରି ଦେଖାଯିବ ସୁନ୍ଦର

135

ଅନେକ ଲୋକଙ୍କର ଦାନ୍ତ ହଳଦିଆ ପଡିଥିବାର ଦେଖାଯାଏ । ନିୟମିତ ଭାବେ ବ୍ରସ ଓ ଦାନ୍ତ ସଫାକରିବା ପରେବି ଦାନ୍ତ ଧଳା ଦେଖାଯାଇନଥାଏ । ପ୍ରଥମେ ଭାବନ୍ତୁ କାହିଁକି ହଳଦିଆ ଦାନ୍ତ ସଫା କରିବାକୁ ଚାହୁଁଛନ୍ତି । ଯଦି ଆପଣ ସଫା ନକରିବେ ତେବେ ଏହା ଆପଣଙ୍କର ଦାନ୍ତ ଭିତରେ ମଧ୍ୟ କ୍ଷତି କରିପାରେ । ଆଉ ତା ପରେ ଆପଣ ଦନ୍ତ ବିଶେଷଜ୍ଞ ଠାରୁ ପରାମର୍ଶ ଲୋଡିବେ । ନିୟମିତ ଭାବେ କଫି, ଚା, ସିଗାରେଟ ଓ ଆଂଟିବାୟୋଟିକ ଖାଇବା ଦ୍ୱାରା ଦାନ୍ତ ହଳଦିଆ ପଡିଥାଏ । ଦାନ୍ତ ହଳଦିଆ ପଡିବା ମଧ୍ୟ ବଂଶଗତ ହୋଇପାରେ ।ତେବେ ଚିନ୍ତାକରନ୍ତୁ ନାହିଁ , ଆରାମରେ ଆପଣ ଘରୋଇ ଉପଚାର ମାଧ୍ୟମରେ ଦାନ୍ତ ସଫାକରିପାରିବେ ।

କିଛି ଘରୋଇ ଉପଚାର ଆପଣାନ୍ତୁ ଯାହା ଦେବ ନୂତନ ଚମକ :

୧.ଖାଇବା ସୋଡା
ଦାନ୍ତରେ ରହୁଥିବା ଜୀବାଣୁ ଓ ହଳଦିଆ ଦାଗ ଛଡାଇବା ପାଇଁ ସବୁଠାରୁ ଭଲ ଉପାଦାନ ହେଉଛି ଖାଇବାସୋଡା । ଅଧଚାମଚ ଖାଇବାସୋଡା ସହ ଟୁଥପେଷ୍ଟ ନେଇ ବ୍ରସ କରନ୍ତୁ । ସପ୍ତାହରେ ଦୁଇଥର ଏଭଳି ବ୍ରସ କରନ୍ତୁ । ଦାନ୍ତ ଘଷିବାର ୧୦ମିନିଟ ପରେ ଦାନ୍ତ ସଫା କରିଦିଅନ୍ତୁ । ଦେଖିବେ ପାଟିରୁ ଦୁର୍ଗନ୍ଧ ଦୂର ହେବା ସହ ଦାନ୍ତ ଚିକଚିକ କରିବ ।

୨.କମଳା ଚୋପା
ହଳଦିଆ ଦାଗ ଛଡାଇବା ପାଇଁ ନିୟମିତ କମଳା ଚୋପା ବ୍ୟବହାର କରିପାରିବେ । ରାତିରେ ଶୋଇବାକୁ ଯିବା ପୂର୍ବରୁ ନିୟମିତ ଦାନ୍ତରେ କମଳା ଚୋପା ଘଷନ୍ତୁ । କମଳା ଚୋପାରେ ଥିବା ଭିଟାମିନ ସି ଓ କ୍ୟାଲସିୟମ ଦାନ୍ତରୁ ଜୀବାଣୁ ହଟାଇବାରେ ସାହାଯ୍ୟ କରିବ । ଦାନ୍ତ ସଫା କରିବା ପାଇଁ କିଛି ସପ୍ତାହ ଏଭଳି ଉପାୟ ଅବଲମ୍ବନ କରନ୍ତୁ ।

୩. ଷ୍ଟ୍ରବେରି
ଷ୍ଟ୍ରବେରିରେ ପ୍ରଚୁର ପରିମାଣରେ ଭିଟାମିନ ସି ଭରି ରହିଛି । ଷ୍ଟ୍ରବେରିକୁ ଗ୍ରାଇଣ୍ଡିଂ କରି ପେଷ୍ଟ କରନ୍ତୁ । ଏଭଳି ପେଷ୍ଟକୁ ସପ୍ତାହରେ ଦୁଇ ଥର ଦାନ୍ତରେ ଲଗାନ୍ତୁ । ତା ଛଡା ଖାଇବା ସୋଡା ସହ ମଧ୍ୟ ଷ୍ଟ୍ରବେରି ପେଷ୍ଟକୁ ବ୍ୟବହାର କରି ବ୍ରସ କରନ୍ତୁ । ଦେଖିବେ ଆପଣଙ୍କ ଦାନ୍ତ ଧଳା ଦେଖାଯିବ ।

୪.ଲେମ୍ବୁ
ଦାନ୍ତ ସଫାକରିବାରେ ଲେମ୍ବୁର ଉପକାରିତା ବହୁତ । ଲେମ୍ବୁ ପାଣି ଦାନ୍ତରେ ବ୍ୟବହାର କଲେ ଦାନ୍ତ ସଫା ହୋଇଯିବ । ଲେମ୍ବୁ ଚୋପା ଦାନ୍ତରେ ଘଷିବା ଦ୍ୱାରା ଦାନ୍ତ ସଫା ଦେଖାଯିବ ।

୫. ଲୁଣ
ବହୁ ଆଗରୁ ଦାନ୍ତକୁ ସୁସ୍ଥ ରଖିବା ପାଇଁ ଲୁଣକୁ ବ୍ୟବହାର କରଯାଇଥାଏ । ମିନେରାଲ ଅଭାବରୁ ଦାନ୍ତ ହଳଦିଆ ଦେଖାଯାଇଥାଏ । ତେବେ ଲୁଣ ହିଁ ଏହି ଅଭାବ ପୂରଣ କରିଥାଏ । ଟୁଥ ପେଷ୍ଟ ବଦଳରେ ଖାଇବାସୋଡା ଓ ଅଙ୍ଗାରକୁ ମିଶାଇ ପେଷ୍ଟ ତିଆରି କରିପାରିବେ ।