ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଦୁର୍ବଳ ହେଉଛି ଲାଲ ସଂଗଠନ ! ଲାଲବାହିନୀ ହାତ ଛାଡି ଆତ୍ମ ସମର୍ପଣ କଲେ ମାଓ ନେତ୍ରୀ

117

କନକ ବ୍ୟୁରୋ : ଲାଲ ସଂଗଠନ ପାଇଁ କାଳ ହେଲା ଗୁରୁପ୍ରିୟା ସେତୁ । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଧୀରେ ଧୀରେ ଦୁର୍ବଳ ହେଉଛି ମାଓ ସଙ୍ଗଠନ । ସ୍ୱଭିମାନ ଅଂଚଳରେ ସକ୍ରୀୟ ଥିବା ମାଓବାଦୀ ମାନେ ଏବେ ବ୍ୟାକଫୁଟରେ ଥିବା ସ୍ପଷ୍ଟ ହୋଇଛି । ମାଓ ନେତ୍ରୀ ଶାନ୍ତୀ ଓରଫ ଦେବେ ମାଢି ଆଜି ମାଲକାନଗିରି ପୁଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଏହାସହ ଗୁରୁପ୍ରୀୟା ସେତୁ ନିର୍ମାଣ ଯୋଗୁ ମାଓ ସଙ୍ଗଠନ ପ୍ରଭାବିତ ହୋଇଥିବା କଥାକୁ ସ୍ପଷ୍ଟ କରିଛନ୍ତି ମାଓନେତ୍ରୀ ଶାନ୍ତି ।

ଶାନ୍ତି ୨୦୦୮ ମସିହାରୁ ମାଓ ସଙ୍ଗଠନରେ କାମ କରିଆସୁଥିଲେ । ସ୍ୱାଭିମାନ ଅଂଚଳ ସ୍ଥିତ ଗୁମା ଆଂଚଳିକ କମିଟିରେ ଏ.ସି.ଏମ୍ କ୍ୟାଡର ଭାବେ ଦାୟିତ୍ୱ ତୁଲାଇ ଥିଲେ । ଶାନ୍ତି ୭ରୁ ଅଧିକ ହତ୍ୟା କାଣ୍ଡ ସହ ବହୁ ବଡ ବଡ ହିଂସା କାଣ୍ଡରେ ସମ୍ପୃକ୍ତ ଥିବା ଜଣା ପଡିଛି । ତାଙ୍କ ନାଁ ୪ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରାଯାଇଥିଲା । ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ଜନ୍ତାପାଇରେ ବିଏସଏଫ କ୍ୟାମ୍ପ ନିର୍ମାଣ କରି ପୁଲିସ ପକ୍ଷରୁ କରାଯାଉ ଥିବା ଘନଘନ କମ୍ବିଂ ଅପରେସନ ଯୋଗୁ ଭୟଭିତ ହୋଇ ଶାନ୍ତି ଆତ୍ମ ସମର୍ପଣ କରିିଛନ୍ତି ।