ମାଙ୍କଡ ଉପଦ୍ରବରୁ ରକ୍ଷା ପାଇବା ପାଇଁ କୃଷକଙ୍କ ନୂଆ ଉପାୟ : ଭାଙ୍ଗ ଖୁଆଇ ମାଙ୍କଡଙ୍କୁ ଘଉଡାଉଛନ୍ତି ଚାଷୀ

66

ଦେଶର ଅଧିକାଂଶ ଜିଲ୍ଲାରେ ମାଙ୍କଡ ଆତଙ୍କ ଦ୍ୱାରା କୃଷକମାନେ ଚାଷ କରିବା ଛାଡିଦେଇଛନ୍ତି । ଏମିତିରେ ସୀତାପୁରର ଏକ କୃଷକ ମାଙ୍କଡଙ୍କ ଉପଦ୍ରବରୁ ମୁକ୍ତି ପାଇବା ପାଇଁ ଭାଙ୍ଗ ଖୁଆଇ ଘଉଡାଇବାର ଉପାୟ କରିଛନ୍ତି ।

ସୀତାପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ୫୫ କିମି ଦୂର ବେହଟା ବିକାଶ ଖଣ୍ଡର ଭବାନୀପୁର ଗାଁରେ କୃଷକ ରାମଗୋପାଳ ଶର୍ମା ମାଙ୍କଡଙ୍କ ଠାରୁ ଫସଲ ବଂଚାଇବା ପାଇଁ ସୁରକ୍ଷିତ ଉପାୟ ଆବିଷ୍କାର କରିଛନ୍ତି । ତାଙ୍କ କହିବାନୁସାରେ, ତାଙ୍କ ଗାଁରେ ଅଧିକ ମାତ୍ରାରେ କଦଳୀ ଓ ଆଖୁ ଚାଷ ହୁଏ । ଅନେକ ବର୍ଷରୁ ମାଙ୍କଡ ତାଙ୍କର ଫସଲକୁ କ୍ଷତି ପହଂଚାଉଥିଲେ, ସେଥିପାଇଁ ସେମାନେ ବହୁତ ହଇରାଣ ହେଉଥିଲେ ।

ଗାଁରେ ଭାଙ୍ଗ ଗଛ ହୁଏ । ଗଛର ପତ୍ରକୁ ଛିଣ୍ଡାଇ ଗୁଣ୍ଡ କରି ବେସନ ଯୁକ୍ତ ପକୁଡି ବା ଜଲେବୀ କିମ୍ବା ମିଠା ଇତ୍ୟାଦି ପ୍ରସ୍ତୁତ କରନ୍ତି ଓ ଚାଷ ଜମି ପାଖରେ ଝୁଲାଇ ଦିିଅନ୍ତି । ମାଙ୍କଡ ପଲ ଜମିକୁ ଆସି ଏହି ଭାଙ୍ଗଯୁକ୍ତ ଖାଦ୍ୟପଦାର୍ଥ ଖାଇଥାନ୍ତି । ଯେତେବେଳେ ମାଙ୍କଡପଲ ଭାଙ୍ଗଯୁକ୍ତ ଖାଦ୍ୟପଦାର୍ଥ ଖାଉଥାନ୍ତି, ସେତେବେଳେ ସେ ୨ରୁ ୪ଫୁଟ ଆଖୁର ପାଖାପାଖି ୧୦ ଖଣ୍ଡ କରି ମାଙ୍କଡପଲ ପାଖରେ ରଖି ଦିଅନ୍ତି । ମାଙ୍କଡପଲ ଏହି ଭାଙ୍ଗଯୁକ୍ତ ଖାଦ୍ୟପଦାର୍ଥ ଖାଇ ନିଶା ହୋଇଯାଏ ଓ ନିଶାରେ ସେମାନେ ପରସ୍ପର ଉପରେ ପ୍ରହାର କରିବା ଆରମ୍ଭ କରିଦିଅନ୍ତି ।

ଏହାର ଫଳସ୍ୱରୂପ ମାଙ୍କଡଙ୍କୁ ଲାଗେ କି, ଚାଷ ଜମିରେ କିଛି ଅଜବ ଜିନିଷ ଅଛି, ଯାହା କାରଣରୁ ସେମାନେ ଜମି ପାଖକୁ ଆସିବାକୁ ଡରନ୍ତି ଓ ସର୍ବଦା ଏହି ଜମିରୁ ଦୂରତା ବଜାୟ ରଖନ୍ତି । ଏହି ବିଧିର ପ୍ରୟୋଗ ଦ୍ୱାରା ମାଙ୍କଡ ସେମାନଙ୍କ ଜମି ଆଖପାଖକୁ ଆସିବାକୁ ଡରନ୍ତି ।